କରୋନା ବଳୟରେ ବିଶ୍ୱ ! ସାଢେ ୮ ଲକ୍ଷ ପାର କାରିଗଲାଣି ମୃତ୍ୟୁ ସଂଖ୍ୟା

ବିଶ୍ଵବ୍ୟାପୀ କରୋନାର କରାଳ କାୟା ଏବେବି ଜାରି ରହିଛି । ସାରା ବିଶ୍ୱରେ ଏଯାବତ ମୃତ୍ୟୁ ସଂଖ୍ୟା ପାଖାପାଖି ସାଢେ ୮ ଲକ୍ଷ ପାର କରିସାରିଲେଣି । ଗତ ୨୪ ଘଣ୍ଟା ଭିତରେ ୨ ଲକ୍ଷ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୪ ହଜାର ୧୪୮ ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି । ଯଦି ମୋଟ ଆକଳନକୁ ଦେଖାଯାଏ ବିଶ୍ୱବ୍ୟାପୀ ତେବେ ୨ କୋଟି ୫୩ ଲକ୍ଷ ୭୭ ହଜାର ଜଣ ସଂକ୍ରମଣର ଶିକାର ହୋଇସାରିଲେଣି । ଏମଧ୍ୟରୁ ସାଢେ ୮ ଲକ୍ଷ ୫୦ ହଜାର ୧୪୯ ଲୋକଙ୍କ ଜୀବନ ଯାଇସାରିଥିବା ବେଳେ ୧ କୋଟି ୭୭ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ବିଶ୍ୱରେ ଏବେ ୬୮ ଲକ୍ଷ ୨୬ ହଜାର ଆକ୍ଟିଭ କେଶ ରହିଛି ।

କରୋନାରେ ସର୍ବାଧିକ ପ୍ରଭାବିତ ଦେଶ:

ବୋର୍ଲଡମିଟର ରିପୋର୍ଟ ଅନୁଯାୟୀ, କରୋନାରେ ସର୍ବାଧିକ ପ୍ରଭାବିତ ଦେଶ ଲିସ୍ଟର ଆଗରେ ରହିଛି ଆମେରିକା । ମିଳିଥିବା ସୂଚନା ଅନୁଯାୟୀ ଦେଶର ୬୧ ରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଯେବେକି ୧ ଲକ୍ଷ ୮୭ ହଜାର ୨୨୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ଆମେରିକାରେ ୩୩ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ତାଲିକାର ଦ୍ଵିତୀୟ ସ୍ଥାନରେ ବ୍ରାଜିଲ ଥିବା ବେଳେ ତୃତୀୟ ସ୍ଥାନରେ ଅଛି ଭାରତ ।

ବିଶ୍ୱର ୨୨ ଟି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଯାଇଥିବା ନେଇ ରିପୋର୍ଟ ଆସିଛି । ଯେଉଁଥିରେ ଇରାନ, ପାକିସ୍ତାନ, ତୁର୍କୀ , ସାଉଦି ଆରବ, ଇଟାଲୀ, ଜର୍ମାନୀ, ବାଙ୍ଗଲାଦେଶ ବାସିନ୍ଦା ବି ସାମିଲ ଅଛନ୍ତି । କରୋନା ମୃତ୍ୟୁ ସଂଖ୍ୟାର ୬୦
ପ୍ରତିଶତ ଲୋକଙ୍କ ଜୀବନ ଏହି ୬ ଟି ଦେଶରୁ ହିଁ ଯାଇଛି । ଯେବେକି ଚାରି ଦେଶ ଆମେରିକା, ବ୍ରାଜିଲ, ମେକ୍ସିକୋ, ଭାରତରେ ମୃତ୍ୟୁ ସଂଖ୍ୟା ୬୦ ହଜାର ପାର କରି ସାରିଲାଣି । ଜାଣି ଆଶ୍ଚର୍ଯ୍ୟ ହେବେ ସଂକ୍ରମିତ, ମୃତ୍ୟୁ ଓ ଆକ୍ଟିଭ କେସ ମାମଲାରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.