ଫ୍ଲାଟ୍‌ ପାଇଁ ୧୭ ହଜାର କେମିତି ଦେବି ବୋଲି କହି ସୋସିଆଲ ମିଡିଆରେ କାନ୍ଦୁଛନ୍ତି ରିୟା, କହିଲେ- ‘ଆଉ ପାଖରେ ଟଙ୍କା ନାହିଁ’

ବିଭିନ୍ନ ଟିଭି ଚ୍ୟାନେଲରେ ରିୟା ଚକ୍ରବର୍ତ୍ତୀ ଦେଉଥିବା ଇଣ୍ଟରଭ୍ୟୁ ଉପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ରିଆକ୍ସନ୍‌ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ରିୟାଙ୍କ ଇଣ୍ଟରଭ୍ୟୁ ବେଳର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ରିୟା ଚକ୍ରବର୍ତ୍ତୀ କହୁଛନ୍ତି ଖାରରେ ମୋର ଏକ ପ୍ରପର୍ଟି ରହିଛି, ସୁଶାନ୍ତଙ୍କ ସହ ଭେଟିବା ପୂର୍ବରୁ ତାହାକୁ ମୁଁ କିିଣିବାକୁ ଚେଷ୍ଟା ଜାରି ରଖିଥିଲି। ଏବେ ଯାଏଁ ମୁଁ ଏଥିପାଇଁ ୭୪ ଲକ୍ଷ ଟଙ୍କା ଦେଇଛି ସେଥିରୁ ୫୦ ଲକ୍ଷ ଟଙ୍କା ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ମୁଁ ଲୋନ୍‌ ନେଇଥିଲି।

ରିୟା ଚକ୍ରବର୍ତ୍ତୀ କହିଛନ୍ତି ଏହାର ସମସ୍ତ କାଗଜପତ୍ର ମୁଁ ଇଡିରେ ଦାଖଲ କରିଛି। ସମସ୍ତ କାଗଜ ମୋ ପାଖେ ଅଛି। ଏହାର ବ୍ୟାଙ୍କ ଲୋନ୍‌ ଏବେ ବି ଦିଆଯାଉଛି। ମୋତେ ଆହୁରି ୫୦ ଲକ୍ଷ ଟଙ୍କା ଦେବାର ଅଛି। ପ୍ରତିମାସରେ ମୋତେ ଇଏମ୍‌ଆଇ ବାବଦକୁ ୧୭ ହଜାର ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ଏବେ ମୁଁ ସେ ଟଙ୍କା କେମିତି ଦେବି। କାରଣ ଏବେ ମୋ ଜୀବନ ତ ଖରାପ ହୋଇଯାଇଛି।

rhea2

ରିୟାଙ୍କ ଏହି ବୟାନ ଉପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ଲେଖିଛନ୍ତି ‘ମାତ୍ର ୧୭ ହଜାର ଟଙ୍କା ଇଏମ୍‌ଆଇ କେମିତି ଭରିବ ଚିନ୍ତା କରୁଛ? ଆଚ୍ଛା କୁହ ତ ଦେଶର ସବୁଠୁ ବଡ଼ ଓକିଲର ଫିସ୍‌ କେମିତି ଦେଉଛ। ମିଛୁଆ ରିୟା।’ ଶ୍ୱେତାଙ୍କ ଏହି ପୋଷ୍ଟରେ ଲୋକମାନେ ଖୁବ୍‌ କମେଣ୍ଟ କରୁଛନ୍ତି ଓ ନିଜ ପ୍ରତିକ୍ରିୟା ଦେଉଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଶ୍ୱେତା ସିଂହ ରିୟାଙ୍କ ଉପରେ ମିଛ କହୁଥିବା ନେଇ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.