Below header

ବନ୍ୟା ଜଳରେ ଫସି ରହିଥିଲେ ୮୦ ଗାଈ, ଉଦ୍ଧାର କଲେ ଗ୍ରାମବାସୀ

ଆଳି(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଈ ଟାପୁରେ ଫସି ରହିଥିଲେ ୮୦ ଗୋରୁ।  ବନ୍ୟା ପାଣିରେ ଜଳବନ୍ଦୀରେ ରହି ହମ୍ବା ରଡି ଛାଡୁଥିବା ୮୦ ଗୋରୁଙ୍କୁ ଆଜି ରାଣୀପୋଖରୀ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଏହି ଗୋରୁମାନେ ବନ୍ୟା ପୂର୍ବରୁ ସରୁ ନଈ ପହଁରି ଖରସ୍ରୋତା ନଈ ଭିତର ଦୁଇ କିଲୋମିଟର ବାଟ ଚାଲି ଚାଲି ଟାପୁକୁ ଘାସ ଚରିବା ପାଇଁ ଯାଇଥିଲେ। ଗତକାଲି ଦୃତଗତିରେ ବୃଦ୍ଧି ପାଉଥିବା ବନ୍ୟା ପାଣିରେ ଚାରିପଟୁ ପାଣି ଘେରିଯାଇଥିଲା। ଫଳରେ ନଈଟାପୁରେ ଗୋରୁମାନେ ଫସି ରହିଯାଇଥିଲେ। ପାଣିଭୟ ଓ ଖାଦ୍ୟ ଅଭାବରୁ ଗୋରୁମାନେ ଆଜି ହମ୍ବାରଡି ଛାଡିଥିଲେ। ରଡି ଶୁଣି ରାଣୀପୋଖରୀ ଗ୍ରାମବାସୀମାନେ ଦଳବଦ୍ଧ ହୋଇ ଡଙ୍ଗାରେ ଯାଇ ନଈ ଟାପୁରୁ ଗୋରୁମାନଙ୍କୁ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.