Below header

ଭାଇରାଲ୍ ହେଉଛି ସିଦ୍ଧାର୍ଥ ଏବଂ ଆଦିତିଙ୍କ ଏହି ଭିଡିଓ, ଉଭୟଙ୍କ ଡେଟିଂକୁ ନେଇ ଚାଲିଛି ଚର୍ଚ୍ଚା

ଅଜୟ ଭୁପାଠୀଙ୍କ ନିର୍ଦ୍ଦେଶିତ 'ମହା ସମୁଦ୍ରାମ'ରେ ଏକାଠି କାମ କରିଥିବା ଅଭିନେତା ସିଦ୍ଧାର୍ଥ ସୂର୍ଯ୍ଯନାରାୟଣ ଏବଂ ଆଦିତି ରାଓ ହାଇଦରୀ ଗତ ଦୁଇ ବର୍ଷ ହେବ ଡେଟିଂ ରେ ଥିବା କଥା ଶୁଣିବାକୁ ମିଳୁଛି। ତେବେ ବର୍ତ୍ତମାନ ସିଦ୍ଧାର୍ଥ ଏବଂ ଆଦିତି ଏକ ଭିଡିଓରେ ନଜର ଆସିଛନ୍ତି।

ଅଜୟ ଭୁପାଠୀଙ୍କ ନିର୍ଦ୍ଦେଶିତ ‘ମହା ସମୁଦ୍ରାମ’ରେ ଏକାଠି କାମ କରିଥିବା ଅଭିନେତା ସିଦ୍ଧାର୍ଥ ସୂର୍ଯ୍ଯନାରାୟଣ ଏବଂ ଆଦିତି ରାଓ ହାଇଦରୀ ଗତ ଦୁଇ ବର୍ଷ ହେବ ଡେଟିଂ ରେ ଥିବା କଥା ଶୁଣିବାକୁ ମିଳୁଛି। ଉଭୟ ସର୍ବସାଧାରଣରେ ସେମାନଙ୍କ ସମ୍ପର୍କ ବିଷୟରେ କିଛି ବି ମୁହଁ ଖୋଲି କହିନାହାଁନ୍ତି। କିନ୍ତୁ ସେମାନେ ଅନେକ ସମୟରେ ଏକାଠି ନଜର ଆସିଥାନ୍ତି।

ବର୍ତ୍ତମାନ ସିଦ୍ଧାର୍ଥ ଏବଂ ଆଦିତି ରାଓ ହାଇଦରୀ ଏକ ଭିଡିଓରେ ଦେଖିବାକୁ ମିଳୁଛନ୍ତି। ବିଶାଲ-ଷ୍ଟାରର ‘ଏନିମି’ର ଭାଇରାଲ ଗୀତ’ ତୁମ୍ ତୁମ୍’ ରେ ଉଭୟ ଡ୍ଯାନ୍ସ କରୁଛନ୍ତି। ଏହି ଗୀତରେ ନାଚୁଥିବା ଏକ ସୁନ୍ଦର ଭିଡିଓ ସେୟାର କରି ସିଦ୍ଧାର୍ଥ ଏବଂ ଆଦିତି ଏହାର କ୍ୟାପସନ୍ ଦେଇଛନ୍ତି, “ଡାନ୍ସ ମଙ୍କିସ୍ – ଦି ରିଲ୍ ଡିଲ୍”। ଯାହାର ଭିଡିଓ ଏବେ ଇନଷ୍ଟାଗ୍ରାମରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

 

View this post on Instagram

 

A post shared by Aditi Rao Hydari (@aditiraohydari)

ସାଧାରଣରେ ଏମାନଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଥିବାବେଳେ, ଏହି କପଲ୍ ଗତ କିଛି ତଳେ ମୁମ୍ବାଇର ଏକ କାଫେରେ ମଧ୍ୟାହ୍ନ ଭୋଜନ କରୁଥିବା ମଧ୍ୟ ନଜର ଆସିଥିଲେ। ଏହାର ପାଖାପାଖି ଦୁଇ ସପ୍ତାହ ପୂର୍ବରୁ ହାଇଦ୍ରାବାଦରେ ଅଭିନେତା ଶରୱାନନ୍ଦଙ୍କ ନିର୍ବନ୍ଧରେ ମଧ୍ଯ ଯୋଗ ଦେଇଥିଲେ ଏହି କପଲ୍।

ତେବେ ଆଗକୁ ଅଭିନେତା ସିଦ୍ଧାର୍ଥ ଖୁବ ଶୀଘ୍ର କମଲ ହାସନ ଏବଂ ନିର୍ଦ୍ଦେଶକ ଶଙ୍କରଙ୍କ ‘ଇଣ୍ଡିଆନ୍ ୨’ରେ ନଜର ଆସିବେ। ସେହିପରି ଆଦିତି ରାଓ ହାଇଦାରୀ ମଧ୍ଯ ବିଜୟ ସେଥୁପାଠୀ ଷ୍ଟାରର୍’ ଗାନ୍ଧୀ ଟକ୍’ରେ ଦେଖିବାକୁ ମିଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.