ଆତିଶି ମାର୍ଲେନା ଓ ସୌରଭ ଭରଦ୍ୱାଜ ହେବେ କେଜରିଓ୍ଵାଲ ସରକାରରେ ନୂଆ ମନ୍ତ୍ରୀ; ନେବେ ସିସୋଦିଆ-ସତ୍ୟେନ୍ଦ୍ର ଜୈନଙ୍କ ଜାଗା

ଦିଲ୍ଲୀର କେଜରିୱାଲ ସରକାରରେ ନୂଆ ମନ୍ତ୍ରୀ ହେବେ ଆତିଶି ମାର୍ଲେନା ଓ ସୌରଭ ଭରଦ୍ୱାଜ। କେଜରିୱାଲ ଆତିଶି ମାର୍ଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିବାର ଫାଇଲ୍‌ ଏଲଜି ବିନୟ ସକ୍ସେନାଙ୍କ ନିକଟକୁ ପଠାଇଛନ୍ତି।

ଦିଲ୍ଲୀର କେଜରିୱାଲ ସରକାରରେ ଆତିଶି ମାର୍ଲେନା ଓ ସୌରଭ ଭରଦ୍ୱାଜ ନୂଆ ମନ୍ତ୍ରୀ ହେବେ। ମନୀଷ ସିସୋଦିଆ ଗିରଫ ହେବା ପରେ ସେ ଓ ସତ୍ୟେନ୍ଦ୍ର ଜୈନ କେଜରିୱାଲଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। କେଜରିୱାଲ ସରକାର ଆତିଶି ମାର୍ଲେନା ଓ ସୌରଭ ଭରଦ୍ୱାଜଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିବାର ଫାଇଲ୍‌ ଏଲଜି ବିନୟ ସକ୍ସେନାଙ୍କ ନିକଟକୁ ପଠାଇଛନ୍ତି।

ବାସ୍ତବରେ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ମାମଲାରେ ପୂର୍ବରୁ ହିଁ ଜେଲରେ ଅଛନ୍ତି। ରବିବାର ସିବିଆଇ ମନୀଷ ସିସୋଦିଆଙ୍କୁ ଦିଲ୍ଲୀର ମଦ ନୀତିରେ ହୋଇଥିବା ଜାଲିଆତି ମାମଲାରେ ଗିରଫ କରିଥିଲା। ଏହାପରେ ସିସୋଦିଆ ସୁପ୍ରିମ କୋର୍ଟଙ୍କ ନିକଟକୁ ଯାଇଥିଲେ। କୋର୍ଟ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ, ଯାହାପରେ ସିସୋଦିଆ ଓ ଜୈନ ମଙ୍ଗଳବାର କେଜରିୱାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି।

ସିସୋଦିଆ ଓ ଜୈନଙ୍କ ଗିରଫଦାରୀ ପରେ ୨୦ରୁ ଅଧିକ ମନ୍ତ୍ରଣାଳୟ ଖାଲି ହୋଇଥିଲା, ଯାହାପରେ କେଜରିୱାଲ ସରକାର କୈଳାଶ ଗେହଲଟ ଓ ରାଜକୁମାର ଆନନ୍ଦଙ୍କୁ ଏହି ମନ୍ତ୍ରଣାଳୟଗୁଡ଼ିକର ଦାୟିତ୍ୱ ଦେଇଥିଲେ। ତେବେ ଆସନ୍ତା କିଛି ଦିନ ମଧ୍ୟରେ ଅରବିନ୍ଦ କେଜରିୱାଲ ସରକାରଙ୍କୁ ବଜେଟ୍ ଉପସ୍ଥାପନ କରିବାର ଅଛି। ଏମିତିରେ ସରକାରଙ୍କ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସତ୍ୟେନ୍ଦ୍ର ଜୈନ ଓ ସିସୋଦିଆଙ୍କ ସ୍ଥାନରେ ଦୁଇଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୌରଭ ଭରଦ୍ୱାଜ କେଜରିୱାଲଙ୍କ ୪୯ ଦିନିଆ ପ୍ରଥମ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ସେହିପରି ଆତିଶି ମାର୍ଲେନା ଶିକ୍ଷା କ୍ଷେତ୍ରରେ ସିସୋଦିଆଙ୍କର ପରାମର୍ଶଦାତା ରହିଆସିଛନ୍ତି। ବର୍ତ୍ତମାନ ସିଏମ୍‌ କେଜରିଓ୍ଵାଲ ଏହି ଦୁଇଜଣଙ୍କ ନାମର ସୁପାରିଶ ଏଲଜିଙ୍କୁ ପଠାଇଛନ୍ତି। କୁହାଯାଉଛି ଯେ ୪୮ ଘଣ୍ଟା ମଧ୍ୟରେ ଉଭୟ ଶପଥ ଗ୍ରହଣ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.