କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ, ନିର୍ଦ୍ଦେଶ ଦେଲେ କୋର୍ଟ

ହାତୀ ପାଳିବା ଉପରେ ରୋକ୍ ଲଗାଇଲେ କୋର୍ଟ । କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ।

ଆଉ କେହି ହାତୀ ପାଳି ପାରିବେ ନାହିଁ । ହାତୀ ପାଳିବା ଉପରେ ରୋକ୍ ଲଗାଇଲେ କୋର୍ଟ । କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ । ଖାଲି ସେତିକି ନୁହେଁ, ବର୍ତ୍ତମାନ ମଧ୍ୟ କେହି ଯଦି ହାତୀକୁ ପୋଷିଛନ୍ତି ତାକୁ ତଦନ୍ତ କରି ଠାବ କରିବା ଲାଗି ରାଜ୍ୟ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏମାନଙ୍କୁ ଠାବ କରି ଉଦ୍ଧାର କରିବା ସହ ସରକାରୀ ଆଶ୍ରୟରେ ରଖିବା ପାଇଁ ମଦୁରାଇ ବେଞ୍ଚ କହିଛନ୍ତି । ଗୋଟିଏ ୬୦ ବର୍ଷ ବୟସ୍କ ମାଈ ହାତୀକୁ ନେଇ ବନ ବିଭାଗ ମାମଲା ରୁଜୁ କରିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ହାତୀର ନାଁ ହେଉଛି ଲଳିତା । ବୟସାଧିକ୍ୟ ଯୋଗୁଁ ଏହାର ଦେହରେ ବିଭିନ୍ନ ରୋଗ ହୋଇଥିଲା । ଶରୀରରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା । ତେଣୁ ହାତୀଟିକୁ ତାର ମାହୁନ୍ତ ଠାରୁ ଅଲଗା ନକରିବା ପାଇଁ ଆବେଦନ କରାଯାଇଥିଲା । ପରେ ବିଚାରପତି ହାତୀଟିକୁ ଦେଖିବାକୁ ଯାଇଥିଲେ । ସେଠାରୁ ଫେରି ଲଳିତାର ଥଇଥାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ବ୍ୟକ୍ତିଗତ ଲୋକେ ପାଳିଥିବା ହାତୀ ସବୁକୁ ଠାବ କରିବା ପାଇଁ ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.