ରାଉରକେଲା ୧୨ ଘଣ୍ଟିଆ ବନ୍ଦ, ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଆନ୍ଦୋଳନ

ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଷ୍ଟିଲ ସିଟିରେ ବନ୍ଦ ପାଳନ କରାଯାଉଛି । ବନ୍ଦ ଡାକରା ଦେଇଛି ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ । ରାଉରକେଲା ନିର୍ମିତ ସୁପର ସ୍ପେସାଲିଟି ହସ୍ପିଟାଲକୁ ଏକ ଘରୋଇ ହସପିଟାଲକୁ ହସ୍ତାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି ।

ରାଉରକେଲା (କେନ୍ୟୁଜ): ଆଜି ୧୨ ଘଣ୍ଟିଆ ରାଉରକେଲା ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଷ୍ଟିଲ ସିଟିରେ ବନ୍ଦ ପାଳନ କରାଯାଉଛି । ବନ୍ଦ ଡାକରା ଦେଇଛି ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ । ରାଉରକେଲା ନିର୍ମିତ ସୁପର ସ୍ପେସାଲିଟି ହସ୍ପିଟାଲକୁ ଏକ ଘରୋଇ ହସପିଟାଲକୁ ହସ୍ତାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ବର୍ତ୍ତମାନ ପରୀକ୍ଷା ସମୟ ଥିବାରୁ ବନ୍ଦକୁ କଡାକଡି ଭାବେ ପାଳନ କରାଯାଇନାହିଁ ।

ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ୨୦୧୪ ମସିହାରେ ରାଉରକେଲାରେ IGH ପରିସରରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ପରେ ଟିକସଦାତାଙ୍କ ୪୦୦ କୋଟି ଟଙ୍କାରେ ରାଉରକେଲାରେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ର୍ନିମାଣ କରାଯାଇଥିଲା । ଏବେ କୋଟି କୋଟି ଟଙ୍କାରେ ନିର୍ମିତ ଏହି ହସପିଟାଲକୁ ରାତି ଅଧିଆ ଏକ ଘରୋଇ ହସପିଟାଲକୁ ହସ୍ତାନ୍ତର କରାଯାଇଥିବା ପ୍ରତିବାଦ କରି ବନ୍ଦ ଡାକରା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.