ଶେହନାଜଙ୍କୁ ଛାଡି ଏହି ଅଭିନେତ୍ରୀଙ୍କୁ ଗାଡି ଚଲାଇବା ଶିଖାଉଛନ୍ତି ସିଦ୍ଧାର୍ଥ, ଭାଇରଲ ହେଉଛି ଭିଡିଓ
ବିଗବସ୍ ଷ୍ଟାର ସିଦ୍ଧାର୍ଥ ଶୁକ୍ଲା ଗାର୍ଲଫ୍ରେଣ୍ଡ ଶେହନାଜ ଗିଲଙ୍କୁ ଛାଡି ଆଉ ଜଣେ ଅଭିନେତ୍ରୀଙ୍କୁ ଗାଡି ଚଲାଇବା ଶିଖାଉଛନ୍ତି। କଥାଟି ଶୁଣି ଆଶ୍ଚର୍ଯ୍ଯ ହୋଇଯାଇଥିବେ ନିଶ୍ଚିତ। କିନ୍ତୁ ଏହା ରିଅଲ ନୁହେଁ ରିଲ୍। ସିଦ୍ଧାର୍ଥଙ୍କ ଅପକମିଂ ୱେବ ସିରିଜ ‘ବ୍ରୋକେନ ବଟ୍ ବିୟୁଟିଫୁଲ ୩’ ଆସିବାକୁ ଯାଉଛି। ଏହି ୱେବ ସିରିଜ ସେଟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ଏହି ସେଟ୍କୁ ଏକ ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଲୋକଙ୍କ ରିଆକ୍ସନ ମିଳୁଛି।
ସିଦ୍ଧାର୍ଥ ଏହି ୱେ ସିରିଜର ସୁଟିଂ ଶେଷ କରିଛନ୍ତି। ଏହି ସିରିଜର ସୁଟିଂ ଶେଷ ଦିନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଳା ନିଜର କୋ-ଷ୍ଟାର ସୋନିଆ ରାଠୀଙ୍କୁ ବାଇକ ଚଲାଇବା ଶିଖାଉଛନ୍ତି। ଏହି ଭିଡିଓକୁ ନେଇ ଫ୍ଯାନ ଅନେକ ପ୍ରକାର କମେଣ୍ଟ କରୁଛନ୍ତି।
View this post on Instagram
‘ବ୍ରୋକେନ ବଟ୍ ବିୟୁଟିଫୁଲ ୩’ର ପ୍ରଥମ ଦୁଇଟି ସିଜିନରେ ବିକ୍ରାନ୍ତ ମେସୀ ଏବଂ ହରଲିନ ସେଠୀଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ସିଦ୍ଧାର୍ଥ ଶୁକ୍ଲା ଏବଂ ସୋନିଆ ରାଠୀଙ୍କ ରୋମାନ୍ସ ଦେଖିବାକୁ ମିଳିବ। ଖୁବଶୀଘ୍ର ଏହି ସିରିଜ ଅଲ୍ଟ ବାଲାଜୀରେ ରିଲିଜ ହେବ।