ଲିଭୁନି ଶିମିଳିପାଳରେ ନିଆଁ, ପଠାଗଲା ଅଗ୍ନିଶମ ବିଭାଗର ଆଉ ୪ଟି ଟିମ୍‌

କରଞ୍ଜିଆ: ଏବେ ବି ଲିଭିନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁମୁଣ୍ଡି ରେଞ୍ଜର ୬ଟି ସ୍ଥାନ, ତାଳବନ୍ଧ ରେଞ୍ଜର ୪ଟି, ଗୁଡୁଗୁଡ଼ିଆ ରେଞ୍ଜର ୪ଟି, ବରେହିପାଣି ରେଞ୍ଜର ୩ଟି ଓ ନଅଣା ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୪ଟି ଟିମ ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ବେଳେ, ପୂର୍ବରୁ ଜାମୁଆଣିରେ ୨ଟି ଅଗ୍ନିଶମ ବିଭାଗର ଟିମ ନିୟୋଜିତ ଅଛନ୍ତି । ଜାମୁଆଣି, ବାରାକାମୁଡା, ମଣନ୍ଧାରେ ପ୍ରଥମ ଥର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ରହି ନିଆଁ ଲିଭେଇବେ । ଆଉ ଦୁଇଟି ଟିମ ଜଷିପୁରରେ ରହିବେ । ଶିମିଳିପାଳ ଭିତରେ ଉତ୍ତର ଶିମିଳିପାଳରେ ୪୫ଟି ଗାଁ ରହିଛି । ଶିମିଳିପାଳ ଚାରିପାଖରେ ୧୨ଶହ ଗାଁ ଅଛି । ଏମରଜେନ୍ସି ଘେଷଣା କରି ହେଲିକପ୍ଟରରେ ନିଆଁ ଲିଭାଇବାକୁ ଦାବି କରିଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ସୁଶୀଳା ତିରିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.