ରାଫେଲ ପ୍ରସ୍ତୁତକାରୀ କମ୍ପାନୀ ‘ଡାସଲଟ୍’ର ମାଲିକ ଓଲିଭିୟର୍ ଡାସଲଟଙ୍କର ହେଲିକପ୍ଟର୍ ଦୁର୍ଘଟଣାରେ ମୃତ୍ୟୁ

ଫ୍ରାନ୍ସର କୋଟିପତି ବ୍ଯବସାୟୀ ଓଲିଭିୟର୍ ଡାସଲଟଙ୍କର ମୃତ୍ୟୁ ହୋଇଛି। ନସର ଉତ୍ତରାଞ୍ଚଳ ଅନ୍ତର୍ଗତ ନୋର୍ମାଣ୍ଡି ଅଞ୍ଚଳରେ ଏକ ହେଲିକପ୍ଟର୍ ଦୁର୍ଘଟଣା ଯୋଗୁଁ ଏମିତି ହୋଇଛି ବୋଲି ପ୍ରକାଶିତ ଖବରରୁ ଜଣାପଡିଛି। ମୃତ୍ୟୁ ବେଳକୁ ୬୯ ବର୍ଷ ହୋଇଥିଲା।

ଓଲିଭିୟର୍ ଡାସଲ୍ଟ୍ ହେଉଛନ୍ତି ଫ୍ରାନ୍ସ୍ର ପ୍ରସିଦ୍ଧ ବିମାନ ଉତ୍ପାଦନକାରୀ କମ୍ପାନୀ ‘ଡାସଲ୍ଟ୍ ଏଭିଏସନ୍’ର ସଂସ୍ଥାପକ ମାର୍କେଲ୍ ଡାସଲ୍ଟଙ୍କ ନାତି। ‘ଡାସଲଟ୍ ଗ୍ରୁପ୍’ ଅଧୀନସ୍ଥ ‘ଡାସଲ୍ଟ୍ ଏଭିଏସନ୍’ ହେଉଛି ରାଫେଲ୍ ଲଢୁଆ ଜେଟ୍ ବିମାନ ସମେତ ବ୍ୟାବସାୟିକ ଏବଂ ସାମରିକ ଜେଟର ଉତ୍ପାଦନକାରୀ ଫରାସୀ ବିମାନ ଓ ମହାକାଶଯାନ କମ୍ପାନି।

୨୦୦୨ରୁ ରକ୍ଷଣଶୀଳ ‘ଲେସ୍ ରିପବ୍ଲିକାନ୍ ପାର୍ଟି’ ପକ୍ଷରୁ ସାଂସଦ ଥିବା ଡାସଲ୍ଟ୍ ତାଙ୍କର ଦୁଇ ଭାଇ ଓ ଭଉଣୀଙ୍କ ସମେତ ବିଶ୍ୱର ୩୬୧ତମ ବିତ୍ତଶାଳୀ ବ୍ୟକ୍ତିରେ ତାଙ୍କ ନାମ ଥିଲା। ସୂଚନା ମୁତାବକ, ରବିବାର ଦିନ ଡାସଲଟ୍ ଛୁଟି ମନାଇବା ପାଇଁ ନିଜର ହେଲଇକ୍ଟରରେ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।