ପାଣି ପାଇଁ ରାସ୍ତା ଅବରୋଧ: ରାସ୍ତା ଉପରେ ବାଲ୍‌ଟି, ଗରା ଧରି ମହିଳାଙ୍କ ପ୍ରତିବାଦ

ଟିଟିଲାଗଡ଼: ପାଣି ପାଇଁ ରାସ୍ତା ଅବରୋଧ। ଗୋଟିଏ ପଟେ ତାତି ଅନ୍ୟପଟେ ଜଳକଷ୍ଟ। ରାସ୍ତା ଉପରେ ବାଲ୍‌ଟି, ଗରା ଧରି ଛିଡା ହୋଇଛନ୍ତି ମହିଳା। ଗତ ୧୫ ଦିନ ଧରି ଟିଟିଲାଗଡ଼ ପୌରପରିଷଦ ୧୧ନମ୍ବର ସିରଭଟ୍ଟା ପଡାକୁ ପାଣି ଯୋଗାଇ ଦିଆଯାଇନାହିଁ।

ଫଳରେ ପାଣି ଟୋପାଏ ପାଇଁ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ଜେଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ହଟାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.