କାର ଏବଂ ବାଇକକୁ ବହୁତ ଭଲ ପାଉଥିଲେ ସିଦ୍ଧାର୍ଥ, କୋଟି କୋଟି ଟଙ୍କାର ଥିଲେ ମାଲିକ

ବଲିଉଡର ଏକ ଚର୍ଚ୍ଚିତ ଚେହେରା ଏବଂ ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କୁ ଆଜି ଝୁରୁଛନ୍ତି ଫ୍ୟାନ୍ସ । ବଲିଉଡରେ ଏକଦମ୍‌ ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍ସ ଏହି ଖବରକୁ ବିଶ୍ୱାସ କରିବାକୁ ନାରାଜ୍‌ ଯେ ସମସ୍ତଙ୍କର ପ୍ରିୟ ଏବଂ ବଲିଉଡର ବେଶ୍‌ ପପୁଲାର ଆକ୍ଟର ସିଦ୍ଧାର୍ଥ ଶୁକ୍ଲା ଆଉ ଏ ଦୁନିଆରେ ନାହାଁନ୍ତି। ସେ ଆଉ କେବେ ଫେରିବେ ନାହିଁ, ଅଫେରା ରାଇଜରେ ବିଗବସ୍‌ ୧୩ର ବିଜେତା ସିଦ୍ଧାର୍ଥ। ସେ ବହୁ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ଫ୍ୟାନ ଫଲୋୟର୍ସ ବି ବହୁତ ବେଶି ଥିଲେ। ବଲିଉଡର ଜଣେ ଆଗଧାଡିର ଆକ୍ଟର ଥିଲେ ସିଦ୍ଧାର୍ଥ।

କିନ୍ତୁ ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଦେଲେ। ତେବେ ତାଙ୍କର ଅଚାନକ ମୃତ୍ୟୁରେ ଝୁରୁଛି ପରିବାର ଓ ଝୁରୁଛନ୍ତି ଅଗଣିତ ଦର୍ଶକ। ସିଦ୍ଧାର୍ଥ କମ୍‌ ସମୟରେ ବହୁ ଟଙ୍କା ରୋଜଗାର କରିବା ସହ ନିଜର ସୌଖିନ ଜୀବନଶୈଳୀ ପାଇଁ ମଧ୍ୟ ସେ ବେଶ ପରିଚିତ ଥିଲେ। ସିଦ୍ଧାର୍ଥ ବିଗ୍‌ ବସ୍‌-୧୩ର ବିଜେତା ହୋଇଥିଲେ ଏବଂ ଏହା ସହିତ ସେ ଖତରୋଁ କେ ଖିଲାଡୀ ସିଜନ ୭ର ବି ଓ୍ଵିନର ହୋଇଥିଲେ।। ଅନେକ ହିନ୍ଦୀ ଫିଲ୍ମ ଓ ସିରିଏଲରେ ଅଭିନୟ କରିଛନ୍ତି ସିଦ୍ଧାର୍ଥ।

sidସିଦ୍ଧାର୍ଥ ଶୁକ୍ଳା ୨୦୦୮ରେ ଟିଭି ଶୋ ‘ବାବୁଲ କା ଆଙ୍ଗନ ଛୁଟେ ନା’ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଯାହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସିରିଏଲ ବାଳିକା ବଧୂରେ ସେ ଦର୍ଶକଙ୍କୁ ନିଜ ଜବରଦସ୍ତ ଅଭିନୟରେ ଏକଦମ୍‌ ମତୁଆଲା କରିଥିଲେ। କଲର୍ସରେ ପ୍ରସାରିତ ହେଉଥିବା ଦିଲ ସେ ଦିଲ ତକ ସିରିୟଲରେ ରଶ୍ମି ଦେଶାଇଙ୍କ ସହ ସିଦ୍ଧାର୍ଥଙ୍କ ଯୋଡିକୁ ଖୁବ୍‌ ପସନ୍ଦ କରୁଥିଲେ ଦର୍ଶକ। ସିଦ୍ଧାର୍ଥଙ୍କର ଲୁକ୍‌ ଏବଂ ଅଭିନୟର ଯାଦୁ କୋଟି କୋଟି ଫ୍ୟାନ୍ସଙ୍କୁ କାବୁ କରିଥିଲା।

୪୦ ବର୍ଷୀୟ ଅଭିନେତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ଶୁକ୍ଳା ୮.୮୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ। ସେ ପ୍ରତିମାସ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ। ନିକଟରେ ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଘର କିଣିଥିଲେ ସିଦ୍ଧାର୍ଥ। ମୋଟର ବାଇକ୍‌ ପ୍ରତି ଅଭିନେତାଙ୍କ ବଡ଼ ସଉକ ଥିଲା। ସେ ହାର୍ଲେ ଡେଭିଡସନ୍‌ ଫ୍ୟାଟ ବବ୍‌ ମୋଟର ସାଇକେଲ୍‌ , ବିଏମଡବ୍ଲୁ ଏକ୍ସ ୫ ଭଳି କାର ଏବଂ ବାଇକ୍‌ ଚଳାଉଥିଲେ।

ମୁମ୍ବାଇରେ ୧୨ ଡିସେମ୍ବର ୧୯୮୦ରେ ଜନ୍ମ ଗ୍ରହଣ କରିଥିବା ସିଦ୍ଧାର୍ଥ ମଡେଲିଂରୁ ନିଜ କ୍ୟାରୟର ଆରମ୍ଭ କରିଥିଲେ। ତେବେ ସିଦ୍ଧାର୍ଥଙ୍କର ହଠାତ୍‌ ଏପରି ନିଧନକୁ ସଜହରେ ଗ୍ରହଣ ପାରୁନାହାଁନ୍ତି ଫ୍ୟାନ୍ସ।

 

View this post on Instagram

 

A post shared by Sidharth Shukla (@realsidharthshukla)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.