Below header

ଭାରତରେ ଲଞ୍ଚ ହେଲା ଏଲଜିର ନୂଆ ମଡେଲ ରେଫ୍ରିଜିରେଟର, ନଷ୍ଟ କରିଦେବ ୯୯.୯୯ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାକ୍ଟେରିଆ

ବିଶ୍ୱର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ଏଲଜି ଆଜି ଭାରତୀୟ ବଜାରରେ ଇନଷ୍ଟଣ୍ଟ ଫ୍ରେଞ୍ଚ ଡୋର ରେଫ୍ରିଜିରେଟରର ନୂଆ ମଡେଲ ଲଞ୍ଚ କରିଛି । ଏହି ରେଫ୍ରିଜିରେଟରର ବଡ଼ି ଠିକ ଚକମକ କରୁଥିବା ଗ୍ଲାସ ପ୍ୟାନେଲ ପରି । ଯାହାଦ୍ୱାରା ଫ୍ରିଜ ନ ଖୋଲି ମଧ୍ୟ ଗ୍ରାହକ ମାନେ ଫ୍ରିଜ ଭିତରର କମ୍ପାଟମେଣ୍ଟରେ କଣ କଣ ଆଇଟମ ଅଛି ସେବାବଦରେ ଜାଣିପାରିବେ । ଏହାର ସ୍ପେଶାଲ ଟେକ୍ନୋଲୋଓଜି ଫ୍ରିଜର ମାତ୍ରାଧିକ ଥଣ୍ଡାରୁ ଖାଦ୍ୟକୁ ସୁରକ୍ଷା ଦେବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରଖିଥାଏ । ଏହି ରେଫ୍ରିଜିରେଟରରେ ଥଣ୍ଡା ପବନ ଦ୍ୱାରା ହେଉଥିବା କ୍ଷତି ୪୧ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଥାଏ ।

ଖାଲି ସେତିକି ନୁହେଁ ଏଥିରେ ଥିବା ଅତ୍ୟାଧୁନିକ ଟେକ୍ନୋଲୋଜି ୯୯.୯୯ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାକ୍ଟେରିଆ ନଷ୍ଟ କରିବାର କ୍ଷମତା ରଖିଛି । ଏହା ସହ ଦୁର୍ଗନ୍ଧ ଦୂର କରିବ । ଏହି ରେଫ୍ରିଜିରେଟରରେ ଏଲଜିର ୟୁବିନାନୋ ଟେକ୍ନୋଲୋଜି ସ୍ୱାସ୍ଥ୍ୟ ଓ ରୋଗଜୀବାଣୁ ମୁକ୍ତ ୱାଟର ଡିସ୍ପେନ୍ସାରେ ଟ୍ୟାପକୁ ମେଣ୍ଟେନ ରଖିବା ପାଇଁ ଲାଇଟ ପାୱାରକୁ ଉପଯୋଗ କରିଥାଏ । ୟୁଜର ମାନେ ବଟନ ଅନ କରି ୟୁବିନାନୋ ଫିଚରକୁ ନିଜ ସୁବିଧା ଅନୁସାରେ ଆକ୍ଟିଭେଟ କରିପାରିବେ । ରେଫ୍ରିଜିରେଟରର ନୂଆ ମଡେଲ ଏଲଜିର ଲିନିୟର କମ୍ପ୍ରେସର ଟେକ୍ନୋଲୋଜି ଠାରୁ ଲେସ ହୋଇଥିବାରୁ ଆପଣଙ୍କର ସେତେଟା ବିଜୁଳି ଖର୍ଚ୍ଚ ହେବ ନାହିଁ । ଯାହା ଫଳରେ ଆପଣ ୫୧ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚାଇ ପାରିବେ ।

ଇନଭର୍ଟର ଲିନିୟର କମ୍ପ୍ରେସରରେ ସିଙ୍ଗଲ ଫ୍ରୀକ୍ସନ ପଏଣ୍ଟର ଫିଚର ଦିଆଯାଇଛି । ଯାହାକି ରେଫ୍ରିଜିରେଟରକୁ ଅଧିକ ସ୍ଥାୟୀ କରିଥାଏ । ଏଲଜି ଉପଭୋକ୍ତା ମାନଙ୍କୁ କମ୍ପ୍ରେସର ଉପରେ ୧୦ ବର୍ଷ ଓ ବିଡି଼ଇ ଜର୍ମାନୀ ଦ୍ୱାରା ୨୦ ବର୍ଷ ପର୍ଯ୍ୟନ୍ତ ଲାଇଫଟାଇମ ୱାରେଣ୍ଟି ଦେଇଥାଏ । କମ୍ପାନୀ ପକ୍ଷରୁ ଭାରତରେ ଏହାର ମୂଲ୍ୟ ୩ ଲକ୍ଷ ୨୯ ହଜାର ୯୯୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.