Below header

ବିଦେଶରେ ମଧ୍ୟ କମାଲ କରୁଛି ସିଦ୍ଧନାଜଙ୍କ ଯୋଡି, ଆସିଲା ‘ସୋନା ସୋନା’ର ଇଂଲିଶ ଭର୍ସନ

ଶେହନାଜ ଗିଲ୍ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କ ଭିଡିଓ ‘ସୋନା ସୋନା’ ଖୁବ୍ ଭାଇରଲ ହୋଇଥିଲା। ସୋସିଆଲ ମିଡିଆରେ ଏହି ଗୀତ ବେଶ୍ ଧୁମ୍ ମଚାଇଥିଲା। ଏହି ଗୀତକୁ ଟୋନି କକ୍କର ଏବଂ ନେହା କକ୍କର ଗାଇଥିଲେ। ଏହି ଗୀତରେ ଶେହନାଜ ଗିଲ୍ ଏବଂ ସିଦ୍ଧାର୍ଥ ଶୁକ୍ଲାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଲୋକେ ଦୁହିଁଙ୍କ ଯୋଡିକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ। ଏହି ଦୁହିଁଙ୍କ ଯୋଡି ଯୋଗୁଁ ଏହି ସୁପରହିଟ୍ ହୋଇଥିଲା।

ଏବେ ଏହି ଗୀତର ଇଂଲିଶ ଭର୍ସନ ରିଲିଜ ହୋଇଛି। ଜଣେ ବିଦେଶୀ ସିଙ୍ଗର ଏହାର ଇଂଲିଶ ଭର୍ସନ ଗାଇଛନ୍ତି। ଯାହାକୁ ୟୁଟ୍ଯୁବରେ ବହୁତ ପ୍ରଶଂସା ମିଳୁଛି। ‘ସୋନା ସୋନା’ ଇଂଲିଶ ଭର୍ସନକୁ ସିଙ୍ଗର ଏମା ହେଷ୍ଟର ଗାଇଛନ୍ତି। ଏହା ପୂର୍ବରୁ ସେ ୟୁଟ୍ଯୁବ ହାର୍ଡି ସାନ୍ଧୁ ଏବଂ ତିତଲିୟାଁ ଗୀତର ଇଂଲିଶ ଭର୍ସନ ମଧ୍ୟ ଗାଇଛନ୍ତି।

sidnaz

‘ସୋନା ସୋନା’ ଗୀତର ଇଂଲିଶ ଭର୍ସନକୁ ଏପର୍ଯ୍ଯନ୍ତ ଦୁଇ ଲକ୍ଷ ଥର ଦେଖାଯାଇସାରିଲାଣି। ଗୋଟେ ଦିନରେ ଏହି ଗୀତ ରେକର୍ଡ କରିଛି। ଭିଡିଓକୁ ୩୦ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି। ଯାହାକୁ ଫ୍ଯାନ ପ୍ରଶଂସା କରିବା ସହିତ କମେଣ୍ଟ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ଯ, ଶେହନାଜ ଗିଲ ଏବଂ ସିଦ୍ଧାର୍ଥଙ୍କ ‘ସୋନା ସୋନା’ର ହିନ୍ଦୀ ଭର୍ସନକୁ ଏପର୍ଯ୍ଯନ୍ତ ୬ କୋଟି ୭୬ ଲକ୍ଷ ଲୋକ ଦେଖିସାରିଲେଣି। ଏହି ଗୀତ ୨୫ ନଭେମ୍ବରରେ ରିଲିଜ ହୋଇଥିଲା।

video courtesy: Emma Heesters

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.