Below header

ଗୁରୁପର୍ବରେ ଲଞ୍ଚ୍‌ ହେଲା ସିଦ୍ଧୁ ମୁସେଓ୍ଵାଲାଙ୍କ ଗୀତ ‘ଓ୍ଵାର୍‌’; ୨ ଘଣ୍ଟାରେ ମିଳିଲା ୨୨ ଲକ୍ଷରୁ ଅଧିକ ଭ୍ୟୁଜ୍‌

ସିଦ୍ଧୁ ମୁସେଓ୍ଵାଲାଙ୍କ ନୂଆ ଗୀତ ‘ଓ୍ଵାର୍‌’ ଗୁରୁପର୍ବ ଅବସରରେ ରିଲିଜ୍‌ କରି ଦିଆଯାଇଛି। ଗୁରୁପର୍ବ ଅବସରରେ ରିଲିଜ୍‌ ହୋଇଥିବା ମୁସେଓ୍ଵାଲାଙ୍କ ଏହି ଗୀତରେ ଶିଖ୍‌ ବୀରତାର କାହାଣୀକୁ ଦର୍ଶାଯାଇଛି। ମୁସେଓ୍ଵାଲାଙ୍କ ହତ୍ୟା ପରେ ରିଲିଜ୍‌ ହୋଇଥିବା ଏହା ତାଙ୍କର ଦ୍ୱିତୀୟ ଗୀତ। ଏହି ଗୀତକୁ ସିଦ୍ଧୁ ମୁସେଓ୍ଵାଲାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଲଞ୍ଚ୍‌ କରାଯାଇଛି।

ରିଲିଜ୍‌ ହେବା କ୍ଷଣି ଗୀତକୁ ମାତ୍ର ୨ ଘଣ୍ଟାରେ ୨୨ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଛି। ଗୀତରେ ଶିଖ୍‌ମାନଙ୍କ ବୀରତା ଓ ବଳିଦାନକୁ ଦେଖାଯାଇଛି ଏବଂ ସେମାନଙ୍କ ତୁଳନା ସିଂହମାନଙ୍କ ସହିତ କରାଯାଇଛି। ସିଦ୍ଧୁ ମୁସେଓ୍ଵାଲାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ‘ଓ୍ଵାର୍‌’ ଗୀତର ଏକ କ୍ଲିପ୍‌ ମଧ୍ୟ ସେୟାର କରାଯାଇଛି।

ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ତାଙ୍କର ପ୍ରଥମ ଗୀତ ‘ଏସ୍‌ଓ୍ଵାଇଏଲ୍‌’ ଜାରି କରାଯାଇଥିଲା। ଏହାକୁ ପାଖାପାଖି ଦୁଇ ଦିନରେ ୟୁଟ୍ୟୁବ୍‌ରେ ୨୫ ମିଲିୟନ ଭ୍ୟୁ ମିଳିଥିଲା। ଏହି ଗୀତ ପରେ ବିଲ୍‌ବୋର୍ଡ ରେକର୍ଡ ତାଲିକାରେ ଜାଗା ବନାଇଥିଲା। ଯଦିଓ ଭାରତ ସରକାରଙ୍କ ଦ୍ୱାରା ଆଇନଗତ ପ୍ରସଙ୍ଗ ପରେ ଗୀତକୁ ୟୁଟ୍ୟୁବ୍‌ରୁ ହଟାଇ ଦିଆଯାଇଥିଲା। କହି ରଖୁଛୁ, ସିଦ୍ଧୁ ମୁସେଓ୍ଵାଲାଙ୍କୁ ଚଳିତ ବର୍ଷ ମେ’ ୨୯ରେ ତାଙ୍କ ଗାଁ ମାନସାରେ ହତ୍ୟା କରାଯାଇଥିଲା।

video courtesy: Sidhu Moose Wala

ସିଦ୍ଧୁ ମୁସେୱାଲା ୨୦୧୬ରେ ଗୀତ ଲେଖିବା ଏବଂ ଗାଇବା ଆରମ୍ଭ କରିଥିଲେ। ସେ ‘ଲାଇସେନ୍ସ’ ଗୀତରୁ ଆରମ୍ଭ କରି ୨୦୧୭ରେ ଡୁଏଟ୍‌ ଗୀତ ‘ଜି ୱାଗନ୍’ ସହିତ ଗାୟକ ରୂପେ ନିଜର ଯାତ୍ରା ଆରମ୍ଭ କରିଥିଲେ। ୨୦୧୮ରେ ସିଦ୍ଧୁ ମୁସେୱାଲା ନିଜର ପ୍ରଥମ ଆଲବମ୍ PBX 1 ଲଞ୍ଚ କରିଥିଲେ, ଯାହା ବିଲବୋର୍ଡ କାନାଡୀୟ ଆଲବମ୍ ଚାର୍ଟରେ ୬୬ ନମ୍ବରରେ ପହଞ୍ଚି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.