ପାଟଣାଗଡ଼ ଦୈତାରୀମୁଣ୍ଡା ଗାଁ ମୁଣ୍ଡ ଡୁଙ୍ଗୁରିରୁ ୨ଟି ଅଜଗର ସାପ ଉଦ୍ଧାର

ପାଟଣାଗଡ଼(କେନ୍ୟୁଜ୍): ଦୁଇଟି ଅଜଗର ଉଦ୍ଧାର । ପାଟଣାଗଡ଼ ବ୍ଲକ ଖୁଣ୍ଟସମଲେଇ ପଞ୍ଚାୟତ ଦୈତାରୀମୁଣ୍ଡା ଗାଁ ମୁଣ୍ଡ ଡୁଙ୍ଗୁରିରୁ ୨ଟି ଅଜଗର ସାପ ଉଦ୍ଧାର କରିଛି ବନବିଭାଗ । ଆଜି ସକାଳୁ ଶୌଚ ହେବାପାଇଁ ଯାଇଥିବା ବେଳେ ଗାଁ ଲୋକେ ସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ପାଟଣାଗଡ ରେଞ୍ଜ ଲରମ୍ଭା ସେକ୍ସନ ଫରେଷ୍ଟର ସାପ ଦୁଇଟିକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ିଛନ୍ତି । ଦୁଇଟି ଅଜଗର ଲମ୍ବ ପ୍ରାୟ ୮ରୁ ଦଶଫୁଟ ହେବ ବୋଲି ଫରେଷ୍ଟର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.