ଜାଣି ରଖନ୍ତୁ ଆଜି ଗ୍ରହଣ ଲାଗିବା ଓ ଛାଡ଼ିବାର ସମୟ, ନିଷେଧ ରହିଛି ଏହି ସବୁ କାର୍ଯ୍ୟ

ଆଜି ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍ ୫୯ ସେକେଣ୍ଡ ଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ଏହି ଚନ୍ଦ୍ର ଗ୍ରହଣ ପାଇଁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଭୋର ୫.୫୪ ମିନିଟ୍‌ ୫୩ ସେକେଣ୍ଡରୁ ଆରମ୍ଭ ହୋଇ ସାରିଛି । ଗ୍ରହଣ ଲାଗିଥିବା ସମୟରେ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି । କେବଳ ରୋଗୀ, ବୃଦ୍ଧ ବୃଦ୍ଧା ଏବଂ ପିଲାମାନେ ଅତି ଆବଶ୍ୟକ ପଡ଼ିଲେ ଖାଇ ପାରିବେ ।

ଚନ୍ଦ୍ରଗ୍ରହଣ ଦିନ କ’ଣ କରିବେ ନାହିଁ

ଜ୍ୟୋତିଷଙ୍କ ମତ ଅନୁସାରେ, ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ ତିଆରି କରିବା ସମ୍ପୂର୍ଣ୍ଣ ନିଷେଧ। ଗ୍ରହଣ ସମୟରେ ପୂଜା କରିବା ମଧ୍ୟ ନିଷେଧ କରାଯାଇଛି । ଭୋର ସମୟରୁ ବିଭିନ୍ନ ମନ୍ଦିର ବନ୍ଦ ରହିଛି । ଗ୍ରହଣ ସମୟରେ ଶୋଇବା, ଶୌଚ ଆଦି କରିବା ଉଚିତ୍ ନୁହେଁ। ଏହା ବ୍ୟତୀତ ଗ୍ରହଣ ଲାଗିଥିବା ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରିବା ମଧ୍ୟ ଉଚିତ୍ ନୁହେଁ ବୋଲି କୁହାଯାଏ। ଗ୍ରହଣ ସମୟରେ ନ ଶୋଇ ନିଜ ଇଷ୍ଟ ଦେବଦେବୀଙ୍କ ମନ୍ତ୍ର ଜପ କରିବା ଶୁଭ ହୋଇଥାଏ। କୁହାଯାଏ କି ଗ୍ରହଣ ସମୟରେ ନିଷ୍ଠାର ସହ ମନ୍ତ୍ର ଜପ କଲେ ଫଳ ସିଦ୍ଧି ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.