ପଡିଆର ପ୍ରତିଟି କୋଣରେ ସଟ୍‌ ଖେଳିବାର କଳା ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ, ଏଥିପାଇଁ ଦୁନିଆ ତାଙ୍କୁ କହୁଛି Mr. 360

ଭାରତୀୟ କ୍ରିକେଟ ଟିମ୍‌ର ଉଦୟମାନ ଷ୍ଟାର ବ୍ୟାଟସମ୍ୟାନ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ତାଙ୍କ ବ୍ୟାଟିଂରେ ସମସ୍ତ କ୍ରିକେଟ ଫ୍ୟାନ୍ସ ପାଗଳ । ଟି-୨୦ ବିଶ୍ୱକପରେ ଜିମ୍ବାେଓ୍ଵ ବିପକ୍ଷରେ ମାତ୍ର ୨୩ ବଲରେ ୭୧ ରନ୍‌ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଟିମ୍‌ ଇଣ୍ଡିଆ ବିଶ୍ୱକପରେ ସେମିଫାଇନାଲରେ ପହଞ୍ଚିବାର ଶ୍ରେୟ ସୂର୍ଯ୍ୟକୁମାର ଯାଦବକୁ ଦିଆଯାଇଛି । ତାଙ୍କ ବ୍ୟାଟିଂ ଷ୍ଟାଇଲ ଦେଖି ଫ୍ୟାନ୍ସ ତାଙ୍କୁ ନୂଆ ନାମରେ ବା ମିଷ୍ଟର ୩୬୦ ବୋଲି ଡାକୁଛନ୍ତି ।

ପଡିଆକୁ ଆସିବା ମାତ୍ରେ ଆଟାକିଂ ମୁଡରେ ନଜର ଆସନ୍ତି ସୂର୍ଯ୍ୟକୁମାର ଯାଦବ । ମାତ୍ର ବର୍ଷେରୁ ଦେଢ ବର୍ଷ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟି-୨୦ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛନ୍ତି। ଏହା ପୂର୍ବରୁ କେବଳ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟସମ୍ୟାନ ଏବି ଡି ଭିଲିୟର୍ସଙ୍କୁ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିଲା।

ସୂର୍ଯ୍ୟକୁମାର ଯାଦବଙ୍କ ପଡିଆର ପ୍ରତିଟି କୋଣରେ ସଟ୍ ଖେଳିବାର କଳା ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଛି। ଦେଢ ବର୍ଷ ପୂର୍ବେ ଟି-୨୦ କ୍ରିକେଟ୍ରେ ପଦାର୍ପଣ କରିଥିବା ଏହି ଖେଳାଳି ଆଜି ଟି-୨୦ ଫର୍ମାଟରେ କିଙ୍ଗ ଏବଂ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟ୍ରୁ ୭୩ ହାରରେ ଏବଂ ୨୦୦ ଷ୍ଟ୍ରାଇକ୍ ରେଟ୍ରେ ମୋଟ୍ ୨୨୫ ରନ କରିସାରିଲେଣି । ଏଥିରେ ତିନିଟି ଅର୍ଦ୍ଧଶତକ ରହିଛି। ସୂର୍ଯ୍ୟକୁମାର ଟି-୨୦ ବିଶ୍ଵ କପରେ ସବୁଠୁ ଅଧିକ ରନ କରିବା ମାମଲାରେ ବିରାଟ କୋହଲିଙ୍କ ପରେ ଶୀର୍ଷ ୩ରେ ଅଛନ୍ତି। କୋହଲି ୨୪୬ ରନ ସହ ଶୀର୍ଷରେ ରହିଛନ୍ତି।

ଜିମ୍ବାଓ୍ଵେ ବିପକ୍ଷ ୬୧ ରନର ଅପରାଜିତ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଆଜି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୨୩ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟକୁମାର ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଏକ ହଜାର ରନ ପୂରଣ କରିବାରେ ପ୍ରଥମ ଖେଳାଳି। ସୂର୍ଯ୍ୟ ନିଜର ୨୮ତମ ମୁକାବିଲାରେ ୧୦୦୦ ରନ ପୂରଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୧୦୨୬ ରନ କରିଛନ୍ତି।

ସୂର୍ଯ୍ୟକୁମାର ଯାଦବଙ୍କ ଜନ୍ମ ୧୪ ସେପ୍ଟେମ୍ବର ୧୯୯୦କୁ ହୋଇଥିଲା। ତେବେ ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ପାଠପଢାରେ ମଧ୍ୟ କମ୍‌ ନୁହନ୍ତି। ସୂର୍ଯ୍ୟକୁମାର ଯାଦବ ଗ୍ରାଜୁଏସନ କରିଛନ୍ତି। ଏଟମିକ ଏନର୍ଜି ସେଣ୍ଟ୍ରାଲ ସ୍କୁଲରେ ପଢିବା ପରେ ପିଲ୍ଲଇ କଲେଜରେ ପଢିଥିଲେ। ସୂର୍ଯ୍ୟକୁମାରଙ୍କ ବାପା ତାଙ୍କୁ କ୍ରିକେଟ କିମ୍ବା ବ୍ୟାଡମିଣ୍ଟନ ମଧ୍ୟରୁ କୌଣସି ଗୋଟେକୁ ଚୟନ କରିବା ପାଇଁ କହିଥିଲେ। ତେବେ ଏହା ମଧ୍ୟରୁ ସୂର୍ଯ୍ୟକୁମାର ଯାଦବ କ୍ରିକେଟକୁ ଚୟନ କରିଥିଲେ।

ତେବେ ସୂର୍ଯ୍ୟକୁମାରଙ୍କୁ ଆପଣ ପଡିଆରେ ଯେତିକି ଆକ୍ଟିଭ ଦେଖନ୍ତି, ସେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ଆକ୍ଟିଭ। ସୂର୍ଯ୍ୟକୁମାରଙ୍କ ପ୍ରେମ କାହାଣୀ ବିଷୟରେ ହୁଏତ ଫ୍ୟାନ୍ସ ଜାଣିନାହାନ୍ତି। କଲେଜରେ ପଢିବା ସମୟରେ ପତ୍ନୀ ଦେବିଶା ସେଟ୍ଟୀଙ୍କୁ ପ୍ରଥମ ଥର ଦେଖା ହୋଇଥିଲା। ଏହା ପରେ ୫ ବର୍ଷ ପାଇଁ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ଡେଟ୍‌ କରିବା ପରେ ଦୁହେଁ ବିବାହ କରିଥିଲେ। ତେବେ ସୂର୍ଯ୍ୟକୁମାର ବ୍ୟାଟିଂ କରିବାର ସମସ୍ତ ଶ୍ରେୟ ନିଜ ପତ୍ନୀଙ୍କୁ ଦେଇଥାନ୍ତି। ସବୁବେଳେ ସୂର୍ଯ୍ୟକୁମାରଙ୍କୁ ସପୋର୍ଟ କରିଥାନ୍ତି ପତ୍ନୀ ଦେବିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.