ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ: ଭଙ୍ଗାରୁଜା, ଗୋବର ମାଡ଼ ସହ ଲାଠିଚାର୍ଜ ପରିସ୍ଥିତି

ଭୁବନେଶ୍ୱର/ବ୍ରହ୍ମପୁର(କେନ୍ୟୁଜ୍):ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ବିରୋଧ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଭୁବନେଶ୍ୱର ଲୋହିଆ ଏକାଡେମୀରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ହେତୁବାଦୀଙ୍କୁ ଅଟକ ରଖିଛି ପୋଲିସ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଠେଲାପେଲା । ଭଙ୍ଗାରୁଜା ବି ହୋଇଛି । ହେତୁବାଦୀଙ୍କ ମିଟିଂକୁ ପ୍ରଥମେ ଘଣ୍ଟ ବାଡ଼େଇ ବିରୋଧ କରିବା ପରେ ହେତୁବାଦୀ ପଥର ମାଡ଼ କରିଥିବା ସୂଚନା ମିଳିଛି । ଏହାପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋହିଆ ଏକାଡେମୀରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ସେହିପରି ବ୍ରହ୍ମପୁରରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ହେତବାଦୀଙ୍କ ସାମୁହିକ ଭୋଜନ ସ୍ଥଳରେ ଧସେଇ ପଶିଥିଲେ ପରମ୍ପରାବାଦୀ । ଏହାପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ହେତୁବାଦୀଙ୍କ ଉପରେ ଗୋବର ମାଡ଼ ହୋଇଛି । ସେହିପରି ସେମାନଙ୍କ ଉପରେ ଗୋଇଠା ମାଡ଼ ବି କରିଛନ୍ତି ପରମ୍ପରାବାଦୀ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ବ୍ରହ୍ମପୁରରେ ଲାଠିଚାର୍ଜ କରିଛି । ଏବେ ବି ଉତ୍ତେଜନା ଲାଗି ରହିଛି । ଚନ୍ଦ୍ରଗ୍ରହଣରେ ବିରିୟାନୀ ଖାଇବେ ବୋଲି ପୂର୍ବରୁ ଘୋଷଣା କରିଥିଲେ ହେତୁବାଦୀ । ପୂର୍ବରୁ ସୂର୍ଯ୍ୟୋପରାଗରେ ହେତୁବାଦୀ ବିରିୟାନୀ ଖାଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ବିରୋଧ ଦେଖାଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.