ଗାୟିକା ମଲ୍ଲିକା ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସ କରୁଛି ଛାନଭିନ୍‌

ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ବାସଭବନରୁ ଗାୟିକା ମଲ୍ଲିକା ରାଜପୁତଙ୍କ ମୃତଦେହ ଉଦ୍ଧାର କରିଛି । ମାତ୍ର ୩୫ ବର୍ଷ ବୟସରେ ଗାୟିକା ମଲ୍ଲିକାଙ୍କ ବିୟୋଗ ଘଟିଛି । ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମଲ୍ଲିକାଙ୍କ ମୃତ୍ୟୁରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଚାଲିଗଲା ଗାୟିକା ମଲ୍ଲିକା ରାଜପୁତ ଓରଫ ବିଜୟ ଲକ୍ଷ୍ମୀଙ୍କ ଜୀବନ। ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ତାଙ୍କ ବାସଭବନରୁ ଗାୟିକାଙ୍କ ମୃତଦେହ ଉଦ୍ଧାର କରିଛି । ମାତ୍ର ୩୫ ବର୍ଷ ବୟସରେ ଗାୟିକା ମଲ୍ଲିକାଙ୍କ ବିୟୋଗ ଘଟିଛି । ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗାୟିକାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ମଲ୍ଲିକାଙ୍କ ମା’ କହିଛନ୍ତି, ଆମେ ଘରେ ଶୋଇଥିବା ବେଳେ ଆମେ ଜାଣିପାରିନଥିଲୁ । ପୂର୍ବରୁ ଘର କବାଟ ବନ୍ଦ ଥିବା ବେଳେ ଲାଇଟ ମଧ୍ୟ ଜଳୁଥିଲା । କିଛି ଘଣ୍ଟା ପର୍ଯ୍ୟନ୍ତ ସେ ରୁମରୁ ବାହାରକୁ ଆସିନଥିବାରୁ ସନ୍ଦେହ ହୋଇଥିଲା । ତେଣୁ ଝରକା ବାଟରେ ଦେଖିବା ବେଳକୁ ଝିଅ ଝୁଲିପଡିଥିଲା ।

୩୫ ବର୍ଷୀୟା ଗାୟିକା ଓ ନାୟିକା ମଲ୍ଲିକା ବିଜୟ ଲକ୍ଷ୍ମୀ ଭାବେ ପରିଚିତ ଥିଲେ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କ୍ରାଇମ୍-କମେଡ଼ି ଫିଲ୍ମ ‘ରିଭଲଭର ରାନୀ’ ୨୦୧୪ରେ ମୁକ୍ତିଲାଭ କରିଥିବା ବେଳେ ସେଥିରେ ମଲ୍ଲିକା ସହ-ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୬ରେ ମଲ୍ଲିକା ବିଜେପିରେ ଯୋଗଦେଇଥିବା ବେଳେ ଦୁଇବର୍ଷ ପରେ ସେ ଦଳ ଛାଡ଼ିଥିଲେ ।

ମଲ୍ଲିକା ରାଜପୁତଙ୍କର ନିଜର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ସେ ୪ ବର୍ଷ ପୂର୍ବେ ପ୍ରଦୀପ ସିନ୍ଧେ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ବୈବାହିକ ଜୀବନକୁ ନେଇ ସମସ୍ୟା ରହିଥିଲା । ମଲ୍ଲିକାଙ୍କ ମୃତ୍ୟୁରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.