ଶ୍ରୀନଗରରେ ଜୋତା ବିକୁଛନ୍ତି ସୋନୁ ସୁଦ୍‌, ନିଜେ ସେୟାର କଲେ ଭିଡିଓ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସବୁବେଳେ କିଛି ନା କିଛି କାରଣ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ମଧ୍ୟ ସୋନୁ ପୁଣିଥରେ କିଛି ସେମିତି କାମ କରି ଭାଇରାଲ ହୋଇଛନ୍ତି। ସୋନୁ ଶ୍ରୀନଗରର ଏକ ଦୋକାନରେ ହଠାତ୍‌ ପହଞ୍ଚି ଜିନିଷର ପ୍ରଚାର କରିଛନ୍ତି। ଯାହା ଦେଖି ନିଜେ ଦୋକାନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରକାଶ ଯେ, ସୋନୁ ଏବେ ଜମ୍ମୁ ଏବଂ କଶ୍ମୀର ପ୍ରଶାସନର ସଂଶୋଧିତ ଫିଲ୍ମ ନୀତି କାମ ପାଇଁ ଏବେ ଶ୍ରୀନଗରରେ ଅଛନ୍ତି।

ଏହି ସମୟରେ ସେ ସହରର ବଟମାଲଚ ବଜାରର ଏକ ଗଳିକୁ ଯାଇଥିଲେ ଓ ଜୋତା ବିକ୍ରି କରୁଥିବା ଦୋକାନୀ ଶମୀ ଖାନ୍‌ଙ୍କ ସହ କଥା ହୋଇଥିଲେ। ପରେ ସୋନୁ ଦୋକାନୀଙ୍କର ଚପଲ ଓ ଜୋତା ଦେଖିଥିଲେ। ଏଥିସହ ଟିକେ ପଇସା ଛାଡ଼ କରିବାକୁ କହିଥିଲେ। ପରେ ସେ ନିଜ ପ୍ରଶଂସକଙ୍କୁ ଖାନ୍‌ଙ୍କ ଦୋକାନରୁ ହିଁ ଜିନିଷ କିଣିବାକୁ ଅନୁରୋଧ କରିଥିଲେ। ଯାହାର ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

 

View this post on Instagram

 

A post shared by Sonu Sood (@sonu_sood)

ଇନ୍‌ଷ୍ଟାଗ୍ରାମ୍‌ରେ ସୋନୁ ଭିଡିଓ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଯିଏ ବି ଜୋତା କିଣିବାକୁ ଚାହୁଁଛନ୍ତି, ଏହି ଶମିମ୍‌ ଭାଇଙ୍କ ଜୋତା ଦୋକାନକୁ ଆସନ୍ତୁ। ଯଦି ମୋ ନାଁ ନେବେ ତେବେ ସେ ଟଙ୍କା ଛାଡ଼ କରିବେ।

ସୂଚନାଯୋଗ୍ୟ ଯେ ଖୁବ୍‌ଶୀଘ୍ର ସୋନୁ ସୁଦ୍‌ଙ୍କୁ ନୂଆ ଗୀତ ‘ସାଥ୍‌ କ୍ୟା ନିଭାଓଗେ’ରେ ଦେଖିବାକୁ ମିଳିବ। ଏହାର ଫାଷ୍ଟ ଲୁକ୍‌ କିଛି ଦିନ ତଳେ ସାମ୍ନାକୁ ଆସିଥିଲା।

 

View this post on Instagram

 

A post shared by Sonu Sood (@sonu_sood)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.