ଗଞ୍ଜାମ: ଯମଜ ବାଛୁରୀ ଜନ୍ମ ଦେଲା ଗାଈ, ଦେଖିବାକୁ ଲୋକଙ୍କ ଭିଡ଼  

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦ ପୁର ଗାଁର ତ୍ରିଲୋଚନ ବେହେରାଙ୍କ ଘରେ ଖୁସିର ମାହୋଲ। କାରଣ ସେ  ପାଳନ କରିଥିବା ଗାଈ ଦୁଇଟି ବାଛୁରୀ ଜନ୍ମ ଦେଇଛି।  ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ଛୁଆ।  ଦୁହେଁ ସୁସ୍ଥ ଅଛନ୍ତି ଲୋକ ଶ୍ରଦ୍ଧାରେ ଡାକୁଛନ୍ତି ଗଙ୍ଗା, ଯମୁନା l ଗତକାଲି ତ୍ରିଲୋଚନଙ୍କ ଘର ସାମନାରେ  ଗାଈଟି ପ୍ରଥମେ ଅଣ୍ଡିରା ଛୁଆ ଜନ୍ମ ହୋଇଥିଲା। ପରେ ତାକୁ  ଗୁହାଳକୁ ଅଣାଯିବା ପରେ ପୁଣି ଗାଈଟି ଏକ ମାଈ ଛୁଆ ଜନ୍ମ ଦେଇଛି।

ଗାଈଟି ଜନ୍ମ ଦେଇଥିବା ଦୁଇ ଜାଁଳା ବାଛୁରୀକୁ ଦେଖିବାକୁ  ଲୋକଙ୍କ ଭିଡ଼ ଜମିଥିଲା।   ବର୍ତ୍ତମାନ ବାଛୁରୀ ଦୁଇଟି  ସୁସ୍ଥ ଥିବା ବେଳେ ମା ଦୁଇଟି ପିଲାଙ୍କୁ ସ୍ନେହ କରିବା ଦୃଶ୍ୟ ବେଶ୍ ମନୋରମ ସାଜୁଛି। ଯେହେତୁ ଦୁଇଟି ବାଛୁରୀ ପାଇଁ  ମା କ୍ଷୀର କମ ରହୁଛି ତେଣୁ ଆଉ ଏକ ଗାଈର କ୍ଷୀରକୁ ଆଣି ଗୋଟିଲ ବାଛୁରୀକୁ ଦେଉଥିବାର କହିଛନ୍ତି ମାଲିକ ।

୪୦ବର୍ଷ ପୂର୍ଵରୁ ମଧ୍ୟ ଏହି ପରିବାର ପାଳନ କରିଥିବା ଗାଈ ଦୁଇଟି ବାଛୁରୀ ଜନ୍ମ ଦେଇଥିଲା ବୋଲି କହିଛନ୍ତି ତ୍ରିଲୋଚନ l ଗାଁରେ ଦୁଇଟି ବାଛୁରୀ ଜନ୍ମ ହେବା ଖୁସିର କଥା ବୋଲି କହିଛନ୍ତି ଗ୍ରାମବାସୀ l ଭଗବାନ ଙ୍ ସୃଷ୍ଟି ବିଚିତ୍ର, ଗୋ ମାତା ମଧ୍ୟ ଭଗବାନ ଅଟନ୍ତି। ତେଣୁ ଏହା ମଧ୍ୟ ଭଗବାନଙ୍କ ଲୀଳା ଓ  ଏପରି କମ ଘଟଣା ହୋଇଥାଏ ବୋଲି କହିଛନ୍ତି ଗ୍ରାମର ବୁଦ୍ଧିଜୀବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.