ରାଜଧାନୀ ରାଜରାସ୍ଥାରେ ହାଇଡ୍ରାମା, ଅଶ୍ଳୀଳ ବ୍ୟବହାର କରି କିନ୍ନରକୁ ଭୁଲ ମାଗିଲେ ଅଟୋ ଚାଳକ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀ ରାଜରାସ୍ଥାରେ ଚାଲିଛି ହାଇଡ୍ରାମା। କିନ୍ନର ମାନଙ୍କ ଗୋଡ ଧରି ଭୁଲ ମାଗୁଛନ୍ତି ଜଣେ କ୍ୟାବ୍‌ ଅଟୋ ଚାଳକ। ଦେଖନ୍ତୁ ବାରମ୍ବାର ଭୁଲ ହୋଇଯାଇଛି ବୋଲି କହି ଗୋଡ ତଳେ ପଡି ଭୂଲ ମାଗୁଛନ୍ତି ଏହି ଡ୍ରାଇଭର ଜଣଙ୍କ। ବେଶ୍‌ କିଛି ସମୟ ରାଜଧାନୀ ରାଜରାସ୍ଥାରେ ଚାଲିଲା ଏମିତି ଡ୍ରାମା। ଏ ଚିତ୍ର ଦେଖି ଆପଣ ଭାବୁଥିବେ କଣ ଏମିତି କଲେ କି ଏ ଅଟୋ ଚାଳକ ଜଣଙ୍କ? ବୋଧହୁଏ କିନ୍ନରଙ୍କୁ ଭଡା ଅଧିକ ମାଗିଦେଇଛନ୍ତି। ନା, ଏମିତି ବିଲକୁଲ୍‌ ବି ହୋଇନି, କ୍ୟାବ୍‌ ଅଟୋ ଚାଳକ ଜଣକ ଚଳନ୍ତା ଗାଡିରେ କିନ୍ନରକୁ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରୁଥିଲେ। ଯାହାପରେ ଏମିତି ଅବସ୍ଥା ଦେଖିବାକୁ ମିଳିଛି।

ରାଜଧାନୀର ଜୟଦେବ ବିହାର ଓଭର ବ୍ରିଜ ଉପରେ ଅପରାହ୍ନ ସମୟରେ ଚାଲିଥିଲେ ଏହି ଡ୍ରାମା। ଓଲା ଅଟୋ ଚଲାଉଥିବା ଏହି ଚାଳକ ଜଣଙ୍କ ତାଙ୍କ ଗାଡିରେ ବସି ଯାତ୍ରା କରୁଥିବା ଜଣେ କିନ୍ନରଙ୍କୁ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ସହିତ ଅଶ୍ଳୀଳ ଆଚରଣ କରିବାକୁ ଚେଷ୍ଟା କରୁଥିଲେ। ଯାହାକୁ ବିରୋଧ କରି ଏପରି ହଙ୍ଗାମା କରିଥିଲେ କିନ୍ନରମାନେ।

ଅଟୋ ଚାଳକଙ୍କ ଏଭଳି ଅଭଦ୍ର ଆଚରଣ ସମ୍ପର୍କରେ ଜାଣିବା ପରେ ସେହି ବାଟ ଦେଇ ଯାଉଥିବା ଜଣେ ସମାଜସେବୀ ଅଟକି ଗଲେ। ଆଉ ପୂରା ଘଟଣା ଜାଣିବା ପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଥିଲେ। କାହିଁକିନା ଯଦି କିନ୍ନର ମାନଙ୍କ ସହିତ ଏଭଳି ଅଶ୍ଳୀଳ ଆଚରଣ କରାଯାଉଛି ତାହେଲେ ମହିଳା ଓ ଯୁବତୀ ଏମିତି ଆଚରଣର ଶିକାର ହୋଇପାରନ୍ତି। ତେଣୁ ଏଭଳି ଖରାପ ମାନସିକ ରଖୁଥିବା ଚାଳକଙ୍କୁ ସାବାଡ୍‌ କରିବାକୁ ସେ କିନ୍ନରଙ୍କୁ ଭୁଲ ମାଗିବାକୁ ଅଟୋ ଚାଳକଙ୍କୁ କହିଥିଲେ।

ତେବେ ଦିନକୁ ଦିନ ଅଟୋ ଚାଳକଙ୍କ ଏଭଳି ଆଚରଣ ବଢ଼ିବଢ଼ି ଚାଲିଛି। ପ୍ରଥମେ ତ ମଦ ପିଇ ଗାଡି ଚଲାଉଛନ୍ତି ପୁଣି ଦ୍ୱିତୀୟରେ ମଦ ନିଶାରେ ଅଶ୍ଳୀଳ ଆଚରଣ ବି କରୁଛନ୍ତି। ତେଣୁ ଏଭଳି ମାନସିକ ରଖୁଥିବା ଚାଳକଙ୍କୁ ନିହାତି ଭାବେ ଦଣ୍ଡ ମିଳିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.