‘କଙ୍ଗୁଓ୍ଵା’ର ଟିଜର ରିଲିଜ, ସୂରୟାଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ପାଗଳ

ସାଉଥ ସୁପରଷ୍ଟାର ସୂରୟାଙ୍କ ଅପକମିଂ ଫିଲ୍ମ ‘କଙ୍ଗୁଓ୍ଵା’ର ଟିଜର ରିଲିଜ ହୋଇଛି । ଏଥର ସୂରୟାଙ୍କ ଭିନ୍ନ ଲୁକ୍‌ ଦେଖିବାକୁ ପାଇବେ ଫ୍ୟାନ୍ସ । ଏହି ଫିଲ୍ମରେ ସୂରୟାଙ୍କ ସହିତ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସାଉଥ ସୁପରଷ୍ଟାର ସୂରୟା ଫିଲ୍ମରେ ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅପକମିଂ ଫିଲ୍ମ ‘କଙ୍ଗୁଓ୍ଵା’ ରେ ସୂରୟାଙ୍କ ଲୁକ୍‌କୁ ନେଇ ଏବେ ଅନେକ ଚର୍ଚ୍ଚା । ଫିଲ୍ମରେ ତାଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଫିଲ୍ମ କଙ୍ଗୁଆର ଟିଜରରେ ସୂରୟାଙ୍କୁ ଦେଖି ଫ୍ୟାନ୍ସ ଚିହ୍ନିପାରୁନାହାନ୍ତି । ସୂରୟା ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ମର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଭିଡିଓ ଦେଖି ଫ୍ୟାନ୍ସ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି ।

ଭିଡିଓରେ ସୂରୟା ଜଣେ ଶକ୍ତିଶାଳୀ ଏବଂ କ୍ରୁର ଯୋଦ୍ଧା ଭାବେ ନଜର ଆସିଛନ୍ତି । ପ୍ରଥମରୁ ସୂରୟା ନିଜ ମୁହଁକୁ ଲୁଚାଇଛନ୍ତି । ତା’ ପରେ ସୂରୟାଙ୍କ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ୨.୨୨ ମିନିଟର ଏହି ଭିଡିଓ ଦେଖି ଫ୍ୟାନ୍ସଙ୍କ କ୍ରେଜ ବଢିଯାଇଛି ।

 

View this post on Instagram

 

A post shared by Kanguva (@kanguvathemovie)

ସାଉଥ ସିଙ୍ଗମ୍ ଭାବେ ପରିଚିତ ସୂରୟା ଅନେକ ଜାତୀୟ ପୁରସ୍କାର ଜିତିଛନ୍ତି । ସୂରୟା ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରାୟ ୪୨ଟି ଫିଲ୍ମ କରିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଅପକମିଙ୍କ ଫିଲ୍ମ ‘କଙ୍ଗୁଓ୍ଵା’ର ଟିଜର ସେୟାର କରି ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । ଏହି ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲଗୁ ପରି ବିଭିନ୍ନ ଭାଷାରେ ରିଲିଜ ହେବାକୁ ଯାଉଛି ।

କଙ୍ଗୁଓ୍ଵା’ ଫିଲ୍ମରେ ସୂରୟାଙ୍କ ସହିତ ବଲିଉଡ ସୁନ୍ଦରୀ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଦିଶାଙ୍କ ପ୍ରଥମ ତାମିଲ ଡେବ୍ୟୁ ଫିଲ୍ମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.