Realme ଲଞ୍ଚ କରିବ ସବୁଠାରୁ ଶସ୍ତା ସ୍ମାର୍ଟଫୋନ, ରହିଛି ଭଲ ଫିଚର

କମ୍ପାନୀ ସବୁଠାରୁ ଶସ୍ତା ଫୋନ Realme 11 4Gକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନକୁ ଚଳିତ ମାସ ୩୧ ଜୁଲାଇରେ ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି । ଫୋନର ସ୍ପେିସିଫିକେସନ ଏବଂ ଡିଜାଇନ ମଧ୍ୟ ସାମ୍ନାକୁ ଆସିଛି ।

ଚୀନର ସ୍ମାର୍ଟଫୋନ ବ୍ରାଣ୍ଡ Realme ବିଷୟରେ କିଏ ବା ନଜାଣେ । ଏହା ଏପରି ଏକ ବ୍ରାଣ୍ଡ ଯାହା ଇଣ୍ଡିଆନ ମାର୍କେଟରେ ଦ୍ରୁତଗତିରେ ଭଲ ବ୍ୟବସାୟ କରୁଛି । Realme ସ୍ମାର୍ଟଫୋନ ଭାରତରେ କମ ମୂଲ୍ୟରେ ଏବଂ ଭଲ ଫିଚର ଦେଉଥିବାରୁଲୋକପ୍ରିୟତା ହାସଲ କରିପାରିଛି । ଏହି ବ୍ରାଣ୍ଡର ଫୋନ ଧରିବାକୁ ୟୁଜର୍ସମାନେ ପସନ୍ଦ କରୁଥିବାରୁ ଏହାର କିଛି ନା କିଛି ସିରିଜ ସର୍ବଦା ଲଞ୍ଚ ହୋଇଥାଏ । ତେବେ ନିକଟରେ ଏହି କମ୍ପାନୀ ଭାରତରେ ନିଜର Realme 11 Pro ସିରିଜ ସ୍ମାର୍ଟଫୋନକୁ ଲଞ୍ଚ କରିଛି । ବର୍ତ୍ତମାନ କମ୍ପାନୀ ଏହି ସିରିଜର ସବୁଠାରୁ ଶସ୍ତା ଫୋନ Realme 11 4Gକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନକୁ ଚଳିତ ମାସ ୩୧ ଜୁଲାଇରେ ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି । ଫୋନର ସ୍ପେିସିଫିକେସନ ଏବଂ ଡିଜାଇନ ମଧ୍ୟ ସାମ୍ନାକୁ ଆସିଛି । ଫୋନକୁ 108 ମେଗାପିକ୍ସେଲ କ୍ୟାମେରାରୁ ଲ୍ୟାସ କରାଯାଇ ପାରିବ । ସେହିପରି ଫୋନରେ ସ୍ଲିମ ଡିଜାଇନ ମିଳିବ ।

ଟିପଷ୍ଟର ଅଭିଷେକ ୟାଦବ Realme 11 4Gର ଲଞ୍ଚ ପୂର୍ବରୁ ଏହାର ସମସ୍ତ ସ୍ପେସିଫିକେସନ ବିଷୟରେ ଖୁଲାସା କରିଛନ୍ତି । ଟିପଷ୍ଟର ଫୋନର ଲଞ୍ଚ ତାରିଖ ବିଷୟରେ ମଧ୍ୟ କହିଛନ୍ତି । ଟିପଷ୍ଟରଙ୍କ ଅନୁଯାୟୀ, Realme 11 4G ରେ 6.4 ଇଞ୍ଚର ଏମୋଲେଡ ଡିସପ୍ଲେ ମିଳିବ, ଯାହା 90 ହର୍ଟଜ ରିଫ୍ରେସ ରେଟ ସହ ଆସିବ । ଫୋନରେ ଡିସପ୍ଲେ ସହ କୋର୍ନିଙ୍ଗ ଗୋରିଲା ଗ୍ଲାସ 5ର ପ୍ରୋଟେକ୍ସନ ମିଳିବ । ଫୋନ ସହିତ MediaTek Helio G99 ପ୍ରୋସେସର ମିଳିବ ।

ଅନ୍ୟପଟେ ଫୋନରେ 108 ମେଗାପିକ୍ସେଲର ପ୍ରାଇମେରୀ ରିୟର କ୍ୟାମରୋ ପ୍ୟାକ କରାଯାଇଛି । ଫୋନ ସହିତ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳିବ । ତେବେ ଏହାର ଡିଜାଇନକୁ ନେଇ ଦାବି କରାଯାଇଛି ଯେ, ଫୋନରେ 7.87 ମିମିର ସ୍ଲିମ ଡିଜାଇନ ମିଳିବ ବୋଲି କୁଯାହାଉଛି । ଫୋନ ସହିତ 5000 mAh ବ୍ୟାଟେରୀ କ୍ଷମତା ଏବଂ ଫାଷ୍ଟ ଚାର୍ଜିଂ ପାଇଁ 67 ଓ୍ଵାଟର ଚାର୍ଜର ମିଳିବ । ତେବେ କମ୍ପାନୀ ବର୍ତ୍ତମାନ Realme 11 4Gର ଲଞ୍ଚିଙ୍ଗକୁ ନେଇ କୌଣସି ଅଫିସିଆଲ ସୂଚନା ଦେଇନାହିଁ ।

ଟିପଷ୍ଟର ଫୋନର ମୂଲ୍ୟକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି । କିନ୍ତୁ ଏହି ଫୋନର ମୂଲ୍ୟ ୧୫ ହଜାରରୁ ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି । ଫୋନ ଦୁଇଟି କଲର ବ୍ଲାକ ଏବଂ ଗୋଲ୍ଡରେ ଆସିପାରେ ବୋଲି ସୂଚନା ମିଳିଛି । କମ ଦାମରେ ଏହି ଭଲ ଫିଚର ଯୁକ୍ତ ଫୋନକୁ କିଣିବା ପାଇଁ ମୋବାଇଲ ୟୁଜର୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହା ଲଞ୍ଚ ହେବା ପରେ କମ୍ପାନୀ ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.