ମସ୍କୋର ସପିଂ ମଲ୍‌ରେ ଫାଟିଲା ଗରମ ପାଣିର ପାଇପ୍‌ଲାଇନ, ଫୁଟନ୍ତା ପାଣିରେ ପଡ଼ି ୪ ଜଣଙ୍କ ପ୍ରାଣ ଗଲା

ପଶ୍ଚିମ ମସ୍କୋର ଏକ ସପିଂ ମଲ୍‌ରେ ଗରମ ପାଣିର ପାଇପ୍ ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ମେୟର ସର୍ଗେଇ ସୋବୟାନିନ୍‌ ଏହି ସୂଚନା ଦେଇଛନ୍ତି।

ପଶ୍ଚିମ ମସ୍କୋର ଏକ ସପିଂ ମଲ୍‌ରେ ଗରମ ପାଣିର ପାଇପ୍ ଫାଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ମେୟର ସର୍ଗେଇ ସୋବୟାନିନ୍‌ ଏହି ସୂଚନା ଦେଇଛନ୍ତି। ମେୟର ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି ଯେ ସପିଂ ସେଣ୍ଟରରେ ହୋଇଥିବା ଏହି ଦୁଃଖଦ ଘଟଣା ୪ ଜଣଙ୍କ ଜୀବନ ନେଇଛି। ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ମୋର ଗଭୀର ସମବେଦନା।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାଇପ୍ ଫାଟିଯିବା ପରେ ଫୁଟନ୍ତା ପାଣି ମଲ୍‌ର ଏକ ଭାଗରେ ଭରି ଯାଇଥିଲା। ଫଳରେ ଏହା ସଂସ୍ପର୍ଶରେ ଆସି ୭୦ ଜଣ ଲୋକ ଆହତ ହୋଇଥିଲେ ଏବଂ ୨୦ ଜଣ ପାଣିରେ ଫସି ରହିଥିଲେ।

ଜଣେ ମେଡିକାଲ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଅତି କମ୍‌ରେ ୧୦ ଜଣ ଲୋକ ପୋଡ଼ି ଯାଇଥିଲେ, ଯାହାପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରୁଷୀୟ ଯାଞ୍ଚ କମିଟି ଏହାର ତଦନ୍ତ ଆରମ୍ଭ କରିଛି। କମିଟି ୪ ଜଣଙ୍କ ମୃତ୍ୟୁକୁ ନେଇ ଏକ ଆପରାଧିକ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.