୪ କଲରାପତରିଆ ବାଘ ଛାଲ ଜବତ, ୩ ଶିକାରୀ ଗିରଫ
୪ କଲରାପତରିଆ ବାଘ ଛାଲ ଜବତ । ୩ ଶିକାରୀ ଗିରଫ । ଶିମିଳିପାଳ ପାଦଦେଶରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ଚଢ଼ାଉ କରି ବନବିଭାଗ ଏହି ସଫଳତା ପାଇଛି ।
ମୟୁରଭଞ୍ଜ : ୪ କଲରାପତରିଆ ବାଘ ଛାଲ ଜବତ । ୩ ଶିକାରୀ ଗିରଫ । ଶିମିଳିପାଳ ପାଦଦେଶରେ ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ ଚଢ଼ାଉ କରି ବନବିଭାଗ ଏହି ସଫଳତା ପାଇଛି । ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକଙ୍କ ମିଳିତ ଚଢ଼ାଉରେ ୪ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।
ଏହି ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ଜବତ ହୋଇଛି । ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ମିଳିତ ଭାବେ ଚଢ଼ାଉର ରୂପରେଖ ସ୍ଥିର କରିଥିଲେ । ଉଭୟଙ୍କ ଅଧିନରେ ଥିବା ଅଧିକାରୀଙ୍କ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା ।