ଜିମ୍‌ରେ ଓ୍ଵାର୍କଆଉଟ୍‌ ବେଳେ ଦୁର୍ଘଟଣା, ବେକରେ ବାର୍‌ବେଲ ଖସିପଡ଼ିବାରୁ ଫିଟନେସ୍ ଇନ୍‌ଫ୍ଲୁଏନ୍ସରଙ୍କ ମୃତ୍ୟୁ

ଇଣ୍ଡୋନେସିଆର ଫିଟନେସ୍ ଇନଫ୍ଲୁଏନ୍ସର ୩୩ ବର୍ଷୀୟ ଜଷ୍ଟିନ୍‌ ଭିକିଙ୍କର ଜିମ୍‌ରେ ମୃତ୍ୟୁ ଘଟିଛି। ସେ ଏକ ବାର୍‌ବେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାହା ତାଙ୍କ ବେକ ଉପରେ ଖସିପଡ଼ିଥିଲା।

ଇଣ୍ଡୋନେସିଆର ଫିଟନେସ୍ ଇନଫ୍ଲୁଏନ୍ସର ୩୩ ବର୍ଷୀୟ ଜଷ୍ଟିନ୍‌ ଭିକିଙ୍କର ଜିମ୍‌ରେ ମୃତ୍ୟୁ ଘଟିଛି। ସେ ଏକ ବାର୍‌ବେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ବେକ ଭାଙ୍ଗିଯାଇଥିଲା। ଜଷ୍ଟିନ୍‌ ୨୧୦ କିଲୋଗ୍ରାମ ବାର୍‌ବେଲ ଉଠାଇଥିଲେ, ହେଲେ ତାହା ତାଙ୍କ ହାତରୁ ଖସିଯାଇ ବେକ ଉପରେ ପଡ଼ିଥିଲା।

ରିପୋର୍ଟ ଅନୁସାରେ, ଏହି ଘଟଣା ଜୁଲାଇ ୧୫ର। ଇଣ୍ଡୋନେସିଆର ବାଲିରେ ଥିବା ଏକ ଜିମ୍‌ରେ ସେ ବ୍ୟାୟାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଷ୍ଟିନ ଜିମ୍‌ରେ ନିଜ କାନ୍ଧ ଉପରେ ବାର୍‌ବେଲ ସହିତ ସ୍କ୍ୱାଟ ପ୍ରେସ୍ କରୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ, ସ୍କ୍ଵାଟ୍‌ରେ ଯିବା ପରେ ସେ ସିଧା ଛିଡ଼ା ହୋଇପାରି ନ ଥିଲେ, ଫଳରେ ତାଙ୍କ ଭାରସାମ୍ୟ ବିଗିଡ଼ି ଯାଇଥିଲା।

ଯେମିତି ସେ ଓଜନ ଧରିବାକୁ ଚେଷ୍ଟା କରିଥିଲେ, ବାର୍‌ବେଲ ତାଙ୍କ ବେକ ଉପରେ ପଡ଼ିଯାଇଥିଲା। ଜଷ୍ଟିନଙ୍କ ସ୍ପଟର୍ ମଧ୍ୟ ଭାରସାମ୍ୟ ହରାଇଥିଲେ। ଏହି ଦୁର୍ଘଟଣା ଯୋଗୁ ଜଷ୍ଟିନ୍‌ଙ୍କ ବେକ ଭାଙ୍ଗିଯାଇଥିଲା। ତାଙ୍କ ହାର୍ଟ ଓ ଫୁସ୍‌ଫୁସ୍‌ ସହିତ ସଂଯୁକ୍ତ ଅନେକ ଶିରା ମଧ୍ୟ ବ୍ଲକ୍‌ ହୋଇଯାଇଥିଲା। ଜଷ୍ଟିନ ଭିକିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.