Below header

ଖୁବଶୀଘ୍ର ଉଡ଼ିଯିବ ଟ୍ଵିଟର ପକ୍ଷୀ, ମସ୍କ ସେୟାର କଲେ ନୂଆ ଲୋଗୋ

ଏଲନ ମସ୍କ ଟ୍ଵିଟରରେ ଲେଖିଛନ୍ତି ଯେ, ଖୁବଶୀଘ୍ର ସେମାନେ ଟ୍ଵିଟର ବ୍ରାଣ୍ଡ ଏବଂ ପକ୍ଷୀକୁ ଗୁଡ ବାଏ କହିବେ । ଅନ୍ୟ ଏକ ଟ୍ଵିଟରରେ ମସ୍କ ଲେଖିଛନ୍ତି ଯଦି ଆଜି ରାତି ସୁଦ୍ଧା କୌଣସି ସୁନ୍ଦର ଲୋଗୋ ପୋଷ୍ଟ ହେଉଛି ତେବେ ସେ ଏହାକୁ କାଲି ଲାଇଭ କରିବେ ।

ଟ୍ଵିଟରରେ ବାରମ୍ବାର ପରିବର୍ତ୍ତନ କରାଯାଉଛି । ମସ୍କ ଅନେକ ସମୟରେ ପ୍ଲାଟଫର୍ମରେ କିଛି ନା କିଛି ପରିବର୍ତ୍ତନ କରି ଆସୁଛନ୍ତି । ତେବେ ନିକଟରେ ଫ୍ରି ୟୁଜର୍ସଙ୍କ ପାଇଁ DM ଲିମିଟ ଲଗାଇଛନ୍ତି, ଯାହା ଦ୍ୱାରା ସ୍ପାମକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହା ପରେ ଫ୍ରି ୟୁଜର୍ସ କେବଳ ସୀମିତ ସଂଖ୍ୟାର ଲୋକମାନଙ୍କୁ ମେସେଜ ପଠାଇ ପାରିବେ । ଏହାରି ମଧ୍ୟରେ ଏଲନ ମସ୍କ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ତେବେ ଖୁବଶୀଘ୍ର ମସ୍କ ଟ୍ଵିଟରର ଲୋଗୋ ଚେଞ୍ଜ କରିବେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏଲନ ମସ୍କ ଟ୍ଵିଟରରେ ଲେଖିଛନ୍ତି ଯେ, ଖୁବଶୀଘ୍ର ସେମାନେ ଟ୍ଵିଟର ବ୍ରାଣ୍ଡ ଏବଂ ପକ୍ଷୀକୁ ଗୁଡ ବାଏ କହିବେ । ଅନ୍ୟ ଏକ ଟ୍ଵିଟରରେ ମସ୍କ ଲେଖିଛନ୍ତି ଯଦି ଆଜି ରାତି ସୁଦ୍ଧା କୌଣସି ସୁନ୍ଦର ଲୋଗୋ ପୋଷ୍ଟ ହେଉଛି ତେବେ ସେ ଏହାକୁ କାଲି ଲାଇଭ କରିବେ । ଅର୍ଥାତ ତାହା ହିଁ ଟ୍ଵିଟରର ନୂଆ ଲୋଗୋ ହୋଇଯିବ ।

ଟ୍ଵିଟରର ନୂଆ ଲୋଗୋ X ହେବ । ଏଲନ ମସ୍କ X ଶବ୍ଦକୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ସମସ୍ତ କମ୍ପାନୀ ନାମରେ X ଶବ୍ଦ ବ୍ୟବହାର କରିଛନ୍ତି । SpaceX ଏବଂ Xai କମ୍ପାନୀ ନାମରେ ମଧ୍ୟ X ରହିଛି । ବର୍ତ୍ତମାନ ଟ୍ଵିଟରକୁ ମଧ୍ୟ X ନାମରେ ଜଣା ଯିବ ।

ଏଲନ ମସ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ X ନଜର ଆସିଛି । ତେବେ ମସ୍କ ୟୁଜର୍ସମାନଙ୍କୁ ଏକ X ଲୋଗୋ ସେୟାର କରିବାକୁ କହିଛନ୍ତି । ଏହା ଦ୍ୱାରା ସେ ଆସନ୍ତା କାଲି ସକାଳ ମଧ୍ୟରେ ଲୋଗୋକୁ ବଦଳାଇ ପାରିବେ । ତେବେ ସେୟାର ହୋଇଥିବା ଲୋଗୋଟି ମସ୍କଙ୍କୁ ପସନ୍ଦ ଆସିଥିବାରୁ ମସ୍କ ଏହାକୁ ସେୟାର କରିଛନ୍ତି । ଏହି ଲୋଗୋକୁ SawyerMerritt ନାମକ ଜଣେ ୟୁଜର ଟ୍ଵିଟରରେ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.