Googleର କର୍ମଚାରୀ ୨ ଘଣ୍ଟା କାମ କରି ଆୟ କରନ୍ତି ୪.୧ କୋଟି ଟଙ୍କା! ଏହା ଦେଖି ଚମକି ପଡ଼ିଲେ ଏଲନ୍ ମସ୍କ
ଅଫିସ୍ରେ ଦିନକୁ ଅତି କମ୍ରେ ୭ରୁ ୮ ଘଣ୍ଟା ନିଶ୍ଚୟ କାମ କରିବାକୁ ପଡ଼ିଥାଏ। ଆଉ ଯଦି ଏହା ଉପରେ ଆପଣଙ୍କ ଦରମା ଲକ୍ଷେ ପାର୍ ଥାଏ, ତା’ ହେଲେ ନିହାତି କୁହାଯିବ ଆପଣ ଜଣେ ଭାଗ୍ୟବାନ ଏବଂ ପ୍ରତିଭାବାନ୍ ବ୍ୟକ୍ତି।

ଅଫିସ୍ରେ ଦିନକୁ ଅତି କମ୍ରେ ୭ରୁ ୮ ଘଣ୍ଟା ନିଶ୍ଚୟ କାମ କରିବାକୁ ପଡ଼ିଥାଏ। ଆଉ ଯଦି ଏହା ଉପରେ ଆପଣଙ୍କ ଦରମା ଲକ୍ଷେ ପାର୍ ଥାଏ, ତା’ ହେଲେ ନିହାତି କୁହାଯିବ ଆପଣ ଜଣେ ଭାଗ୍ୟବାନ ଏବଂ ପ୍ରତିଭାବାନ୍ ବ୍ୟକ୍ତି। କିନ୍ତୁ କ’ଣ ଜାଣିଛନ୍ତି, ଅଫିସ୍ରେ ମାତ୍ର ୨ ଘଣ୍ଟା କାମ କରି Googleର କର୍ମଚାରୀମାନେ କେତେ ଆୟ କରନ୍ତି? Google କର୍ମଚାରୀମାନଙ୍କୁ ମାତ୍ର ୨ ଘଣ୍ଟା କାମରେ ଯେତିକି ଦରମା ମିଳୁଛି, ତାହା ଶୁଣି ଆପଣ କ’ଣ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।
ବାସ୍ତବରେ, ଏବେ ଟ୍ଵିଟର୍ରେ ଜଣେ Google କର୍ମଚାରୀଙ୍କ ଟ୍ଵିଟ୍ ଖୁବ୍ ଭାଇରାଲ ହେଉଛି। ଏହି ଭାଇରାଲ୍ ପୋଷ୍ଟରେ ଦାବି କରାଯାଇଛି ଯେ Googleର ଜଣେ କର୍ମଚାରୀ ଦିନକୁ ମାତ୍ର ୨ ଘଣ୍ଟା କାମ କରନ୍ତି। ଆଉ ଏଥିପାଇଁ କମ୍ପାନୀ ତାଙ୍କୁ ୫୦୦,୦୦୦ ଡଲାର୍ (୪.୧ କୋଟି ଟଙ୍କା)ର ଆଶ୍ଚର୍ଯ୍ୟଜନକ ଦରମା ପ୍ରଦାନ କରିଥାଏ। ଏହି ଭାଇରାଲ ଟ୍ୱିଟରେ ସାରା ବିଶ୍ୱରୁ ପ୍ରତିକ୍ରିୟା ଆସୁଥିବା ବେଳେ ଲୋକେ ଏହାକୁ ବହୁତ ସେୟାର କରିବାରେ ଲାଗିଛନ୍ତି।
ସେପଟେ ଏହି ଟ୍ଵିଟ୍ ଯେତେବେଳେ ଏତେ ଭାଇରାଲ୍ ହେଉଛି, ଏଥିରୁ ଟ୍ୱିଟର ମାଲିକ ଏଲନ୍ ମସ୍କ ଅବା କିପରି ଦୂରେଇ ରହିପାରିବେ। ଟ୍ଵିଟ୍ ତାଙ୍କ ସାମ୍ନାକୁ ଆସିବା କ୍ଷଣି ମସ୍କ ନିଜକୁ ଅଟକାଇ ପାରି ନ ଥିଲେ। ଏଥିରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି, ‘wow’।
ପୋଷ୍ଟଟିକୁ @nearcyan ନାମକ ଟ୍ଵିଟର ହ୍ୟାଣ୍ଡେଲ୍ରୁ ସେୟାର କରାଯାଇଛି। ପୋଷ୍ଟ ସେୟାର କରିଥିବା ଟ୍ଵିଟର ବ୍ୟବହାରକାରୀ ଦୁଇ Google କର୍ମଚାରୀଙ୍କ ସହିତ ଡିନରରେ ହୋଇଥିବା ବର୍ତ୍ତାଳାପକୁ ଦର୍ଶାଇଛନ୍ତି। ଏହି ବାର୍ତ୍ତାଳାପ ସମୟରେ କର୍ମଚାରୀମାନେ ଏକ ପ୍ରକାର ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ସାମିଲ ହୋଇଯାଇଥିଲେ। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତିଦିନ ମାତ୍ର ଦୁଇ ଘଣ୍ଟା କାମ କରି ୫୦୦,୦୦୦ ଡଲାର ଆୟ କରିଥିବା ଦାବି କରିଥିଲେ।
had dinner with two google employees and they got into a bragging competition about who works fewer hours, the guy @ 2 hrs/day for 500k tc won
— near (@nearcyan) July 18, 2023