ଖୁବଶୀଘ୍ର ନଣନ୍ଦ ହେବାକୁ ଯାଉଛନ୍ତି ଶ୍ରଦ୍ଧା, ଜାଣନ୍ତୁ କିଏ ହେବେ ତାଙ୍କ ଭାଉଜ

ଅଭିନେତ୍ରୀ ଶ୍ରଦ୍ଧା କପୁର ଖବୁଶୀଘ୍ର ନିଜ ଭାଇ ପାଇଁ ଘରକୁ ଭାଉଜ ଆଣିବାକୁ ଯାଉଛନ୍ତି। ତାଙ୍କ ହେବାକୁ ଥିବା ଭାଉଜ ବଲିଉଡର ଜଣେ ଜଣାଶୁଣା ପରିବାରର ସଦସ୍ଯ ଅଟନ୍ତି। ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ପୁଅ ଏବଂ ଶ୍ରଦ୍ଧା କପୁରଙ୍କ କଜିନ ପ୍ରିୟାଙ୍କ ଶର୍ମା ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ପ୍ରିୟାଙ୍କ ୨୦୨୧ ମସିହାରେ କରୀମ ମୋରାନିଙ୍କ ଝିଅ ଶଜା ମୋରାନିଙ୍କୁ ବିବାହ କରିବେ।
ଏବେ ବିବାହ ସିଜିନ ଆରମ୍ଭ ହୋଇଯାଇଛି। ଆଉ ଏହା ମଧ୍ୟରେ ବଲିଉଡ ସେଲିବ୍ରିଟ୍ ବିବାହ କରିବାରେ ଲାଗିପଡିଛନ୍ତି। ପ୍ରିୟାଙ୍କ ଏବଂ ଶଜା କିଛି ଦିନ ହେବ ଏକାଠି ଅଛନ୍ତି। ସେମାନେ ସୋସିଆଲ୍ ମିଡିଆରେ ମଧ୍ୟ ଏକାଠି ଫଟୋ ସେୟାର କରନ୍ତି। ଏବେ ଏହି ପ୍ରେମୀ ଯୋଡ଼ି ନିଜ ସମ୍ପର୍କକୁ ନୂଆ ନାଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ଯ, ପ୍ରେମୀ ଯୁଗଳ କୋର୍ଟ ମ୍ୟାରେଜ ପାଇଁ ଖୁବ୍ ଶୀଘ୍ର ଆବେଦନ କରିବେ। କାରଣ ବିବାହକୁ ଲିଗାଲି ରେଜିଷ୍ଟାର କରାଇବା ପାଇଁ ମାସକର ନୋଟିସ୍ ଜରୁରୀ। ସେମାନଙ୍କ ବିବାହ ୨୦୨୧ମସିହା ଫେବୃୟାରୀରେ ହେବ।

sradhha kapor

ପ୍ରିୟାଙ୍କ ଶର୍ମା ୨୦୧୯ ମସିହାରେ ଫିଲ୍ମ ‘ସବ କୁଶଲ ମଙ୍ଗଲ’ରେ ନଜର ଆସିଥିଲେ। ଏହା ତାଙ୍କ ଡେବ୍ୟୁ ଫିଲ୍ମ ଥିଲା। ଏହି ଫିଲ୍ମରୁ ଭୋଜପୁରୀ ଅଭିନେତା ରବି କିଶାନଙ୍କ ଝିଅ ରିଓ୍ବା ମଧ୍ୟ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରିୟାଙ୍କ ଶର୍ମା, ପଦ୍ମିନୀ କୋହ୍ଲାପୁରୀ ଏବଂ ପ୍ରଦୀପ ଶର୍ମାଙ୍କ ପୁଅ। ସେ ଶ୍ରଦ୍ଧା କପୁରଙ୍କ ସମ୍ପର୍କୀୟ ଭାଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.