ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରାୟ ୧୧ଟି ପ୍ରସ୍ତାବ ଉପରେ ହେବ ଆଲୋଚନା

କେନ୍ୟୁଜ୍‌: ଆଜି ସଂଧ୍ୟାରେ ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୬ଟା ୪୫ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍‌ରେ ପ୍ରାୟ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବ । ଫୁଲବାଣୀ ଓ କୋରାପୁଟରେ ମେଡିକାଲ ବିଲଡିଂ ପାଇଁ ପ୍ରାୟ ୧ ହଜାର କୋଟିର ଟେଣ୍ଡରକୁ ଅନୁମୋଦନ ଦେଇପାରେ କ୍ୟାବିନେଟ୍‌ । ବରଗଡ଼ର ଦୁଇଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିପାରେ ।

meetingଏଥିସହ କ୍ୟାବିନେଟ୍‌ ବୈଠକରେ ଶ୍ରୀଲଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନରେ ମୋହର ଲାଗିପାରେ । ବରଗଡ଼ ଜିଲ୍ଲାର ଗାଏସିଲଟ ଓ ଅତାବିରାରେ ଦୁଇଟି ପାଳୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡର, ଗୃହ, ସାଧାରଣ ପ୍ରଶାସନ ବିଭାଗ ଓ ଜଳସମ୍ପଦ ବିଭାଗର ଚାକିରି ସର୍ତ୍ତାବଳୀ ନେଇ ପ୍ରସ୍ତାବ ଆସିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.