Below header

ବିଏମସି ପକ୍ଷରୁ ସୁନୀଲ ସେଟ୍ଟୀଙ୍କ ଘରକୁ କରାଯାଇଛି ସିଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ବିଲ୍ଡିଂକୁ ସିଲ କରିଦିଆଯାଇଛି । ବଲିଉଡ଼ ଅଭିନେତା ସୁନୀଲ ସେଟ୍ଟୀ ମୁମ୍ବାଇର ପୃଥ୍ୱୀ ଆପାର୍ଟମେଣ୍ଟରେ ଥିବା ବିଲ୍ଡିଂରେ ରୁହନ୍ତି । ସେଠାରେ ସେ ନିଜ ପତ୍ନୀ ମାନା ଶେଟ୍ଟୀ, ଝିଅ ଆଥିଆ ଶେଟ୍ଟୀ ଓ ପୁଅ ଅହାନ ଶେଟ୍ଟୀଙ୍କ ସହ ରହୁଥିବା ବେଳେ ଏବେ ସେହି ବିଲ୍ଡିଂକୁ ସିଲ କରିଦିଆଯାଇଛି ।

ପ୍ରକୃତରେ ବିଲ୍ଡିଂରେ କରୋନାର ଅନେକ ମାମଲା ସାମ୍ନାକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଏଠାରେ ରହୁଥିବା ସୁନୀଲ ସେଟ୍ଟୀଙ୍କ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ରିପୋର୍ଟ ମୁ୍‌ତାବକ, ସୁନୀଲ ଏବଂ ତାଙ୍କ ପରିବାର ଏବେ ମୁମ୍ବାଇ ବାହାରେ ରହୁଛନ୍ତି । ତେବେ କହିଦେବାକୁ ଚାହୁଁ ଯେ, ଏବେ ମୁମ୍ବାଇରେ କରୋନାର ସଂଖ୍ୟାରେ ବୃଦ୍ଧି ଦେଖା ଦେଇଛି । ଏହାକୁ ନେଇ ବିଏମସି ପକ୍ଷରୁ ଅଧିକ ସଚେତନ ରହିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.