ସେପ୍ଟେମ୍ବର ୧୨ରେ ନିଟ୍‌, ଆସନ୍ତାକାଲି ସଂଧ୍ୟା ୫ଟାରୁ ଆରମ୍ଭ ହେବ ଆଦେବନ ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୧୨ ତାରିଖରେ ନିଟ୍‌। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ନେଇ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପାଇଁ ଆସନ୍ତାକାଲି ସଂଧ୍ୟା ୫ଟାରୁ ଆରମ୍ଭ ହେବ ଆଦେବନ ପ୍ରକ୍ରିୟା। ଅନ୍‌ଲାଇନ୍‌ରେ ହେବ ଆବେଦନ। NTA ୱେବ୍‌ସାଇଟ ଜରିଆରେ ଆବେଦନ କରିବେ ଛାତ୍ରଛାତ୍ରୀ। ପରୀକ୍ଷା ସମୟରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଅଧିକ ସଂଖ୍ୟକ ସହରରେ ପରୀକ୍ଷା କେନ୍ଦ୍ର ହେବ। ଗତବର୍ଷ ୧୫୫ ସହରରେ ପରୀକ୍ଷା ହୋଇଥିଲା।

ଚଳିତ ବର୍ଷ ୧୯୮ଟି ସହରରେ ପରୀକ୍ଷା ହେବ। ସେହିପରି ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଯିବ। ଗତ ବର୍ଷ ୩ ହଜାର ୮୬୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପରୀକ୍ଷା କେନ୍ଦ୍ରରେ ସବୁ ପରୀକ୍ଷାର୍ଥୀଙ୍କୁ ମାସ୍କ ପ୍ରଦାନ କରାଯିବ। ଛାତ୍ରଛାତ୍ରୀ ପର୍ଯ୍ୟାୟ କ୍ରମେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଓ ପ୍ରସ୍ଥାନ କରିବେ। କଣ୍ଟାକ୍ଟଲେସ୍‌ ରେଜିଷ୍ଟ୍ରେସନ ସହ ସାମାଜିକ ଦୂରତା ନିୟମକୁ ଦୃଷ୍ଟିରେ ରଖି ସିଟିଂ ବ୍ୟବସ୍ଥା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.