Below header

କଣ ପୁଣି କପିଲ ଶର୍ମା ଶୋ’କୁ ଫେରିବେ ରିଙ୍କୁ ଭାବି? କମେଡିଆନ ସୁନିଲ ଗ୍ରୋଭରଙ୍କ ଏହି ଭିଡିଓ ଖୁବ୍‌ ହେଉଛି ଭାଇରାଲ

ବଲିଉଡର ଜଣାଶୁଣା କମେଡିଆନ ଏବଂ ଅଭିନେତା ସୁନିଲ ଗ୍ରୋଭର ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର କପିଲ ଶର୍ମାଙ୍କ ସହିତ ଝଗଡା ହେବା ପରେ ସେ ଶୋ ଛାଡି ଦେଇଥିଲେ। ନିକଟରେ କିଛି ଏମିତି ହୋଇଛି ଯେ ଯାହା ପରେ ଲୋକମାନେ ସୁନିଲ ଗ୍ରୋଭରଙ୍କୁ ପ୍ରଶ୍ନ କରିଛନ୍ତି କଣ ‘ଦ କପିଲ ଶର୍ମା ’ ଶୋକୁ ଫେରୁଛନ୍ତି? କିନ୍ତୁ ଉଭୟ କପିଲ ଏବଂ ସୁନିଲଙ୍କ ତରଫରୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଖବର ରହିଛି ଜଲଦି ସଲମାନ ଖାନ୍‌ ଏହି ଦୁହିଁଙ୍କୁ ସାଥିରେ ଆଣିବା ପାଇଁ ଚେଷ୍ଟା କରୁଛନ୍ତି।

sunilନିକଟରେ ସୁନିଲ ଗ୍ରୋଭର ବହୁତ ସମୟ ପରେ ପୁଣି ଥରେ ‘ରିଙ୍କୁ ଭାବି’ ଅବତାରରେ ନଜର ଆସିଛନ୍ତି। ରିଙ୍କୁ ଭାବିଙ୍କର ଏହି ଭିଡିଓ ବିରଳ ଭୟାନୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାପରେ ଭିଡିଓଟି ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି। ସମସ୍ତେ ଯେତେବେଳେ ବହୁତ ସମୟ ପରେ ରିଙ୍କୁ ଭାବିକୁ ଦେଖିଲେ  ତେବେ ବହୁତ ଖୁସି ହୋଇଗଲେ। ଏହି ଭିଡିଓ ଆୟୋଜିତ କୌଣସି ଗ୍ରାଣ୍ଡ ବିବାହ ସାମରୋହର ବୋଲି କୁହାଯାଉଛି।

Sunil-Groverଏହି ଭିଡିଓରେ ରିଙ୍କୁ ଭାବି ହୋଇଥିବା ସୁନିଲ ଗ୍ରୋଭର ସବୁବେଳ ଭଳି ସମସ୍ତଙ୍କୁ ହସାଉଥିବାର ଦେଖାଯାଉଛି। ସୁନିଲ ଏହି ଭିଡିଓରେ ବହୁତ ମଜାଳିଆ ଢ଼ଙ୍ଗରେ ଗୀତ ଗାଉଥିବାର ନଜର ଆସିଛନ୍ତି।

ଏହାସହ ପଢନ୍ତୁ : ‘କୁଲି ନମ୍ବର ଓ୍ଵାନ’ର ଫାଷ୍ଟ ଲୁକ୍‌ ରିଲିଜ୍‌, ଏହି ଅନ୍ଦାଜରେ ଦେଖାଯିବେ ବରୁଣ ଧଓ୍ଵନ

ଅନେକ ଲୋକଙ୍କୁ ଏହି ଭିଡିଓଟି ବହୁତ ପସନ୍ଦ ଆସୁଛି। କିନ୍ତୁ ଏଥିରେ ସୁନିଲଙ୍କୁ ନେଗେଟିଭ କମେଣ୍ଟସ ମଧ୍ୟ ଆସିଛି। ଜଣେ ୟୁଜର ଲେଖିଛନ୍ତି  ‘କପିଲ ଶର୍ମା’ ଶୋର ଚରିତ୍ରକୁ ଏହିଭଳି ବ୍ୟବହାର କରନ୍ତୁ ନାହିଁ। ଏମିତି କଲେ ଆଇନଗତ କାଯ୍ୟାର୍ନୁଷ୍ଠାନ ନିଆଯାଇପାରେ। ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ରିଙ୍କୁ ଭାବି’ ଚରିତ୍ରର କମେଡି କେବଳ କପିଲ ଶର୍ମା ଶୋରେ ଭଲ ଲାଗୁଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୁନିଲ ଏବଂ କପିଲଙ୍କ ମଧ୍ୟରେ ୨୦୧୭ରେ ବିବାଦ ହୋଇଥିଲା ଯାହା ପରେ ସୁନିଲ ଶୋ ଛାଡି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.