Below header

ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍, ଖୁବ୍ ଶୀଘ୍ର କମେଡି ସୋ’ରେ ଏଣ୍ଟ୍ରି କରିବେ ଡକ୍ଟର ଗୁଲାଟୀ

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ ।

ମିଳିଥିବା ସୂଚନା ଅନୁସାରେ ନିଜ ବ୍ୟସ୍ତ ସିଡ୍ୟୁଲରୁ ଖୁବ୍ ଶୀଘ୍ର ଫ୍ରି ହୋଇ ଏହି ସୋରେ ଏଣ୍ଟ୍ରି କରିବେ । ଏବେ ଦର୍ଶକଙ୍କ ହସାଇ ହସାଇ ବେଦମ୍ କରିବାକୁ ଆସିବେ ସୁନୀଲ୍ । ଏହି ଖବର ପରେ ସ୍ପଷ୍ଟ ହୋଇଗଲା ଯେ ଏବେ ପୁଣି ଥରେ ଧମାଲ୍ ମଚାଇବ ଏହି ଯୋଡି । ଯାହାକୁ ଦୀର୍ଘ ଦିନ ଧରି ମିସ୍ କରୁଥିଲେ ଦର୍ଶକ । କାରଣ ଯଦିଓ କପିଲ୍ କମେଡି କିଙ୍ଗ ସିଂହାସନରେ ବସିଛନ୍ତି ତଥାପି ବିନା ଡକ୍ଟର ଗୁଲାଟିରେ ଯେମିତ ଏହା ଅଧୁରା । ଏମିତି ଲାଗେ ଯେମିତି ପରସ୍ପର ବ୍ୟତୀତ ଅସମ୍ପୂର୍ଣ୍ଣ କପିଲ୍ ଏବଂ ସୁନୀଲ୍ ।

ଏହା ସହ ପଢନ୍ତୁ କଂଗ୍ରେସ୍ ସାମ୍ନାରେ ମୁଣ୍ଡ ନୁଆଁଇ ନଥିଲେ କିଶୋର କୁମାର, ରାଗରେ ଇନ୍ଦିରା ଗାନ୍ଧୀ ଆକାଶବାଣୀରେ ଗୀତ କରି ଦେଇଥିଲେ ବ୍ୟାନ୍

ସୂଚନାଯୋଗ୍ୟ, କପିଲଙ୍କ ସହ ଝଗଡା ପରେ ସୋ କୁ ଅଲବିଦା କହିଥିଲେ ଡକ୍ଟର ଗୁଲାଟି । ଉଭୟଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ ଅନେକ ଷ୍ଟାର୍ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତଥାପି ଉଭୟଙ୍କୁ ଏକାଠି କରାଇପାରିନଥିଲେ । ଏବେ ଏହି ଯୋଡି ପୁଣି ଥରେ ଏକାଠି ହୋଇ ଦର୍ଶକଙ୍କୁ ଯୋଗାଇବେ ମନୋରଞ୍ଜନର ଖୋରାକ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.