Below header

ବିକିନୀରେ ସନ୍ନି ଲିଓନିଙ୍କ ବୋଲ୍ଡ ଫଟୋସୁଟ୍‌, ଗୋଟେ ଦିନରେ ମିଳିଲା ୧୨ଲକ୍ଷରୁ ଅଧିକ ଲାଇକ୍‌

ଫିଲ୍ମ ଇଣ୍ଡଷ୍ଟ୍ରିରେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛନ୍ତି ସନ୍ନ ଲିଓନି। କିଛି ଦିନ ପୂର୍ବରୁ ସନ୍ନି ଲିଓନି ନଓ୍ଵାଯୁଦୀନ୍‌ ସିଧୀକ୍‌ ଫିଲ୍ମ ମୋତିଚୁର ଚକନାଚୁର ଗୀତରେ ନଜର ଆସିଥିଲେ। ଏହାପୂର୍ବରୁ ସେ ଛୁଟିରେ ଫ୍ୟାମିଲ ସହ ଦୁବାଇ ଯାଇଛନ୍ତି। ଏହା ମଧ୍ୟରେ ସେ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏସବୁ ମଧ୍ୟରେ ସନ୍ନି ଲିଓନିଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିକନି ପିନ୍ଧିଥିବାର ନଜର ଆସିଛନ୍ତି। ସନ୍ନି ଲିଓନି ସୁଇମିଂ ପୁଲ ନିକଟରେ ମଜା ଉଠାଉଥିବାର ନଜର ଆସିଛନ୍ତି। ବିକନିରେ ତାଙ୍କର ବୋଲ୍ଡ ଲୁକ୍‌ ଲୋକମାନଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଛି ଯେ ମାତ୍ର ଗୋଟିଏ ଦିନରେ ସେହି ଫଟୋରେ ୧୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିବା ସହ ଖୁବ୍‌ ସେୟାର ହେବାରେ ଲାଗିଛି।

sanni-ସନ୍ନିଙ୍କର ଏହି ଫଟୋରେ ଖୁବ୍‌ କମେଣ୍ଟ ମଧ୍ୟ ମିଳିଛି। ଲୋକମାନଙ୍କୁ ସନ୍ନିଙ୍କର ଏହି ଫଟୋ ମଧ୍ୟ ଖୁବ୍‌ ପସନ୍ଦ ଆସିଛି। କିଛି ସମୟ ପୂର୍ବରୁ ସନ୍ନି ପୁଲ ଭିତରେ କରିଥିବା ଫଟୋସୁଟ୍‌ ମଧ୍ୟ ଖୁବ୍‌ ଭାଇରାଲ ହୋଇଥିଲା। ଏହାପୂର୍ବରୁ ସନ୍ନି ଅକ୍ଟୋବର ମାସରେ ଦୁବାଇରେ ପତି ଡେନିୟଲ ୱେବରଙ୍କ ସହ ଫଟୋ ଉଠାଇଥିଲେ। ଡେନିୟଲ ନିଜେ ମଧ୍ୟ ସୋସିଆଲ ମିଡିଆରେ କାଫି ଆକ୍ଟିଭ ରହିଥାନ୍ତି।

ଏହାସହ ପଢନ୍ତୁ: ‘ଆଖିୟୋ ସେ ଗୋଲୀ ମାରେ’ ଗୀତରେ ଅନନ୍ୟା ପାଣ୍ଡେ କଲେ ଏପରି ଡ୍ୟାନ୍ସ, ପୋଷ୍ଟ କରୁ କରୁ ଭିଡିଓ ହେଲା…

ଓ୍ଵାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ସନ୍ନ ନିଜର ପରବର୍ତ୍ତୀ ଫିଲ୍ମ କୋକା କୋଲାରେ ନଜର ଆସିବେ। ଏହି ଫିଲ୍ମ ହିନ୍ଦୀରେ ରିଲିଜ୍‌ ହେବ। ସନ୍ନି ୨୦୧୨ ବର୍ଷରେ ପୂଜା ଭଟ୍ଟଙ୍କ ଫିଲ୍ମ ଜିସ୍ମ ୨ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.