ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ଶପଥ ନେଲେ ୨୮୮ ବିଧାୟକ, ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ପୂର୍ବରୁ ଆରମ୍ଭ ହୋଇଛି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଶପଥ ଗ୍ରହଣ କରିଛନ୍ତି ୨୮୮ ବିଧାୟକ। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ଶପଥ ପାଠ କରାଇଛନ୍ତି। ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାଓ୍ଵାର ଓ ଅନ୍ୟ ବିଧାୟକ । ବିଧାନସଭାରେ ପହଞ୍ଚିବା ପରେ ଏନସିପି ନେତା ସୁପ୍ରିୟା ସୁଲେ ସମସ୍ତ ବିଧାୟକଙ୍କୁ ପାଛୋଟି ନେଇଥିଲେ। ଅଜିତ ପାୱାର ବିଧାନସଭାରେ ପହଞ୍ଚିବା ପରେ ସୁପ୍ରିୟା ସୁଲେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଅଧିକାଂଶ ବରିଷ୍ଠ ବିଧାୟକ ଓ ସଦସ୍ୟଙ୍କୁ ସୁପ୍ରିୟା ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି। ମହାରାଷ୍ଟ୍ରବାସୀ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁପ୍ରିୟା ସୁଲେ। ସେହିପରି ବାଲାସାହେବ ଠାକରେଙ୍କ ସ୍ପପ୍ନ ପୂରଣ ହୋଇଥିବାରୁ ଆଜି ଏକ ମହତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ଶିବସେନା ନେତା ନିଲମ ଘୋରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.