ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାକୁ ନେଇ ସୁରଜ ପାଞ୍ଚୋଲିଙ୍କ ନାମ ବେଶ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ସୁରଜଙ୍କୁ ଲୋକେ ଟ୍ରୋଲ ମଧ୍ୟ କରୁଛନ୍ତି। ଏପରି ସ୍ଥିତିରେ ସୁରଜ ପାଞ୍ଚୋଲି ଏକ ବଡ ପଦକ୍ଷେପ ନେଇଛନ୍ତି। ସୁରଜ ଇନଷ୍ଟାଗ୍ରାମ ଛାଡିଛନ୍ତି। ଇନଷ୍ଟାଗ୍ରମା ଛାଡିବା ପୂର୍ବରୁ ସବୁ ଫଟୋ ଏବଂ ପୋଷ୍ଟକୁ ଡିଲିଟ କରିଛନ୍ତି ସୁରଜ। ସୁରଜ କେବଳ ଗୋଟିଏ ଫଟୋ ଛାଡି ସୋସିଆଲ ମିଡିଆରେ କରିଥିବା ନିଜର ସମସ୍ତ ପୋଷ୍ଟ ଡିଲିଟ କରିଦେଇଛନ୍ତି। ସେ ଇନଷ୍ଟାଗ୍ରାମ ଛାଡିବା ପରେ ସେ ଇନଷ୍ଟା ଷ୍ଟୋରୀରେ ଏକ ମେସେଜ୍ ଦେଇଛନ୍ତି।
ଇନଷ୍ଟା ଷ୍ଟୋରୀରେ ସେ ଲେଖିଛନ୍ତି ଯେ, ‘ପୁଣି ଭେଟ ହେବ ଇନଷ୍ଟାଗ୍ରାମରେ’, ଆଶା କରୁଛି କି ସେହି ଦିନ ଭେଟ ହେବ ହେବେ ଏହି ଦୁନିଆ ଏକ ଭଲ ସ୍ଥାନ ହେବ ’। ସୁରଜଙ୍କ ଏହି ପୋଷ୍ଟରେ ଅନୁମାନ କରାଯାଉଛି କି, ସେ ସୋସିଆଲ ମିଡ଼ିଆରେ ହେଉଥିବା ଟ୍ରୋଲିଂ ପାଇଁ ଇନଷ୍ଟାଗ୍ରାମ ଛାଡ଼ି ଦେଇଛନ୍ତି।