ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ମିଳିଲା ଦର୍ଶକଙ୍କ ଭରପୂର ଭଲ ପାଇବା, ପାଇଲା ୯.୯ ରେଟିଂ

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମରେ ଶୁକ୍ରବାର ଦିନ ରିଲିଜ୍‌ ହୋଇଛି। ଫିଲ୍ମଟି ଫ୍ୟାନ୍‌ଙ୍କୁ ବହୁତ ଇମୋସନାଲ କରିଦେଇଛି। ଫିଲ୍ମ ଦେଖିବା ବେଳେ ଫ୍ୟାନ୍‌ଙ୍କ ଆଖିରେ ଲୁହ ଆସିଛି। ରିଲିଜ୍‌ ହେବା ପରେ ଫିଲ୍ମଟି ଖୁବ୍‌ ଲୋକପ୍ରିୟ ହୋଇଛି ଓ ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ କରୁଛି। ଯେଉଁମାନେ ଫିଲ୍ମ ଦେଖିଛନ୍ତି ସେମାନେ ନିଜ ମତାମତ ବି ଦେଇଛନ୍ତି। ଦର୍ଶକମାନେ ଦିଲ ବେଚାରାକୁ ବ୍ଲକବ୍ଲଷ୍ଟର କହିବା ସହ IMDB ରେ ଏହାକୁ ଭଲ ରେଟିଂ ଦେଇଛନ୍ତି।

Dil Bechara': The Hindi remake of 'The Faults In Our Stars' to ...

ସୂଚନାଯୋଗ୍ୟ ଯେ ଫିଲ୍ମ ରିଭ୍ୟୁ ୱେବ୍‌ସାଇଟ୍‌ (IMDB)ରେ ଦିଲ ବେଚାରାକୁ ୯.୯ ରେଟିଂ ମିଳିଛି। ତେବେ ୧୧.୨୫ ମିନିଟ୍‌ ପର୍ଯ୍ୟନ୍ତ IMDB ରେ ଏହି ଫିଲ୍ମର ରେଟିଂ ୧୦/୧୦ ଥିଲା। ଦିଲ ବେଚାରା ଏକ ସୁପରହିଟ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ସୋସିଆଲ ମିଡିଆରେ ଫିଲ୍ମ ସହ ଜଡ଼ିତ ଡାଇଲଗ୍‌ ଓ ସୁଶାନ୍ତଙ୍କ ଫଟୋ ସେୟାର କରି ଫ୍ୟାନ୍‌ମାନେ ଦୁଃଖ ପ୍ରକାଶ କରିଛନ୍ତି। ଫିଲ୍ମରେ ସୁଶାନ୍ତଙ୍କ ଅଭିନୟ ସମସ୍ତଙ୍କ ମନ ଜିଣିଛି। ଏହି  https://bit.ly/32SaERu ଲିଙ୍କ୍‌ରେ କ୍ଲିକ୍‌ କରି ଏବେ ବି ଦେଖିପାରିବେ ‘ଦିଲ ବେଚାରା’।

Best Of Sushant From 'Dil Bechara' - Bold Outline : India's ...

ଦିଲ ବେଚାରା ଫିଲ୍ମରେ ସୁଶାନ୍ତଙ୍କ ସହ ସଞ୍ଜନା ସାଂଘୀଙ୍କ ଯୋଡ଼ି ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ସଞ୍ଜନା ଡେବ୍ୟୁ କରିଛନ୍ତି। ଫିଲ୍ମରେ ସଞ୍ଜନା ଜଣେ ଟର୍ମିନାଲ କ୍ୟାନସର ପୀଡ଼ିତା ଭାବେ ଅଭିନୟ କରିଛନ୍ତି। ସେହିପରି ସୁଶାନ୍ତ ଇମ୍ମାନୁଅଲ ରାଜକୁମାର ଜୁନିଅରଙ୍କ ଭୂମିକାରେ ନଜର ଆସିଛନ୍ତି। ସଞ୍ଜନାଙ୍କ ଜୀବନରେ ସୁଶାନ୍ତ ଏଣ୍ଟ୍ରି କରିବା ପରେ ତାଙ୍କ ଜୀବନ ଖୁସିରେ ଭରିଯାଇଛି। ଫିଲ୍ମରେ ରୋମାନ୍ସ, ଇମୋସନାଲର ଭରପୂର ମସାଲା ରହିଛି, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.