ସୁଶାନ୍ତ ସିଂହ ରାଜପୁତ ମାମଲା : ମୁମ୍ବାଇ ଓ ଗୋଆରୁ ଏନ୍‌ସିବି ଆଉ ୬ ଜଣଙ୍କୁ କଲା ଗିରଫ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ମୁମ୍ବାଇ ଓ ଗୋଆରେ ଏନ୍‌ସିବିର ରେଡ୍‌ ଜାରି ରହିଛି । ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ଵାଂଖେଡେ ଡ୍ରଗ୍ସ ମାମଲାରେ କରମଜୀତ ସିଂହ ଆନନ୍ଦ(୨୩)ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଗଞ୍ଜେଇ ଓ ଚରସ୍‌ ଜବତ କରିଛନ୍ତି ।

s singh case

ଏଥିସହ ଦ୍ୟାନ୍‌ ଆନ୍ଥୋନୀ ଫର୍ଣ୍ଣାଡିଜ୍‌ଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଏନ୍‌ସିବି ମୁମ୍ବାଇରୁ ଗିରଫ କରିବା ସହ ସେମାନଙ୍କ ଠାରୁ ଅଧା କିଲୋ ଗଞ୍ଜେଇ ଜବତ କରିଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ଅଙ୍କୁଶ ଆରେଞ୍ଜା(୨୯)ଙ୍କ ଠାରୁ ୪୨ ଗ୍ରାମ୍‌ ଚରସ୍‌ ଓ ୧ଲକ୍ଷ ୧୨ହଜାର ୪୦୦ ଟଙ୍କା ଜବତ କରାଯାଇଛି ।

ଏନ୍‌ସିବି ଡ୍ରଗ୍ସ ଦିଗରେ ତଦନ୍ତ ଜାରି ରଖିଥିବା ବେଳେ ଏଥିରୁ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ବଲିଉଡ୍‌ର କିଛି ହସ୍ତୀମାନଙ୍କୁ ମଧ୍ୟ ଡ୍ରଗ୍ସ ଦିଗରେ ଜେରା କରାଯାଇ ପାରେ ବୋଲି ଏନ୍‌ସିବି ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.