Below header

୧୫୦ ଟଙ୍କାର ଏହି LIC ପଲିସିରେ ମିଳିବ ୧୯ ଲକ୍ଷ, ଆବଶ୍ୟକ ପଡ଼ିଲେ ମଝିରୁ ବି ଉଠାଇପାରିବେ ଟଙ୍କା

ଦେଶର ସବୁଠୁ ଭରସାଯୋଗ୍ୟ କମ୍ପାନୀ ମଧ୍ୟରୁ ଏଲ୍‌ଆଇସି ଅନ୍ୟତମ। ସରକାରଙ୍କ ଦ୍ୱାରା ସଞ୍ଚାଳିତ ଏହି କମ୍ପାନୀର ପଲିସିରେ ନିବେଶ କଲେ ଗ୍ରାହକଙ୍କୁ ଅନେକ ଫାଇଦା ମିଳିଥାଏ। ବର୍ତ୍ତମାନ ସମୟରେ ସମସ୍ତେ ନିଜ ରୋଜଗାରରୁ କିଛି ଅଂଶ ସଞ୍ଚୟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ପିଲାଙ୍କ ଭବିଷ୍ୟତ ପାଇଁ ପ୍ରତ୍ୟେକ ଅଭିଭାବକ କିଛି କିଛି ଟଙ୍କା ସଞ୍ଚୟ କରିଥାନ୍ତି। ତେବେ ଭାରତୀୟ ଜୀବନ ବୀମା ନିଗମରେ ମଧ୍ୟ ଏକ ଏଭଳି ସ୍କିମ୍‌ ରହିଛି ଯାହା ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ। ଏହି ସ୍କିମ୍‌ରେ ମାତ୍ର ୧୫୦ ଟଙ୍କା ନିବେଶ କରି ଆପଣ ୧୯ ଲକ୍ଷ ଯାଏଁ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଏଲ୍‌ଆଇସିର ନ୍ୟୁ ଚିଲଡ୍ରେନ୍‌ ମନି ବ୍ୟାକ୍‌ ପ୍ଲାନ୍‌ ବିଷୟରେ…

  • ଏହି ବୀମା ନେବାର ସର୍ବନିମ୍ନ ବୟସ ୦ ବର୍ଷ ଓ ସର୍ବାଧିକ ୧୨ ବର୍ଷ।
  • ସର୍ବନିମ୍ନ ବୀମା ରାଶି ୧,୦୦,୦୦୦ ଟଙ୍କା
  • ସର୍ବାଧିକ କୌଣସି ସୀମା ନାହିଁ
  • ପ୍ରିମିୟମ ୱେଭର ବେନିଫିଟ୍‌ ରାଇଡର ଅପ୍‌ସନ୍‌ ଉପଲବ୍ଧ

lic2

ମନି ବ୍ୟାକ୍‌ ଇନ୍‌ଷ୍ଟଲମେଣ୍ଟ:

ପଲିସିଧାରକଙ୍କୁ ୧୮, ୨୦ ଓ ୨୨ ବର୍ଷ ବୟସ ପରେ ମୋଟ ମୂଲ୍ୟର ୨୦ ପ୍ରତିଶତ ମିଳିବ।

ମ୍ୟାଚୁରିଟି ବେନିଫିଟ୍‌:

ପଲିସି ମ୍ୟାଚୁରିଟି(ମୃତ୍ୟୁ ହୋଇନଥିଲେ) ବେଳେ ପଲିସିଧାରକଙ୍କୁ ବୀମା ରାଶି ବାକି ୪୦ ପ୍ରତିଶତ ବୋନସ୍‌ ସହ ମିଳିବ।

ଡେଥ୍‌ ବେନିଫିଟ୍‌:

ପଲିସି ଅବଧି ମଧ୍ୟରେ ଯଦି ପଲିସିଧାରକଙ୍କ ମୃତ୍ୟୁ ଘଟେ ତେବେ ବୀମା ରାଶି ବ୍ୟତୀତ ସାଧାରଣ ରିଟର୍ଣ୍ଣ ବୋନସ୍‌ ଓ ଅନ୍ତିମ ଅତିରିକ୍ତ ବୋନସ୍‌ ମିଳିବ। ଡେଥ୍‌ ବେନିଫିଟ୍‌ ମୋଟ୍‌ ପ୍ରିମିୟମ ପେମେଣ୍ଟର ୧୦୫ ପ୍ରତିଶତରୁ କମ୍‌ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.