Below header

ନବରଙ୍ଗପୁର:ବନବିଭାଗ ହାତରେ ଲାଗିଛି ବାଘଛାଲ ରାକେଟ,୪ ଅପରାଧୀ ଗିରଫ

ନବରଙ୍ଗପୁର(କେନ୍ୟୁଜ୍):  ନବରଙ୍ଗପୁର ବନବିଭାଗ ହାତରେ ଲାଗିଛି ବାଘଛାଲ ରାକେଟ । ଧରା ପଡିଛନ୍ତି ୪ ଜଣ ଅପରାଧୀ। ଗତକାଲି କଳାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ବାଘଛାଲ ଆସୁଥିବା ଖବର ପାଇ  ନବରଙ୍ଗପୁର ବନବିଭାଗ ଟିମ୍ ତେନ୍ତୁଳଖୁଣ୍ଟି ସେକ୍ସନ ଅଧୀନରେ ୨ଟି ଅଲଗା ଅଲଗା ଜାଗାରେ ଚଢାଉ କରି ୩ ଟି ବାଘଛାଲ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପାଖରୁ ୨ ଟି ମୋଟରସାଇକେଲ ସହ ୪ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।

tiger skin2

ଗିରଫ 4 ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ କଳାହାଣ୍ଡି ଜିଲ୍ଲାର ଏବଂ ଅନ୍ୟ ଦୁଇ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି  ବ୍ଲକର ବୋଲି ଜଣା ପଡିଛି । ଏମାନେ ହେଲେ ନନ୍ଦାହାଣ୍ଡି ବ୍ଲକର ପ୍ରହଲ୍ଲାଦ ନାୟକ ଏବଂ ଗୁପ୍ତ ଚନ୍ଦ୍ର ଟାକ୍ରି। ଏହି ୨ ଜଣ ଉସୁରି ପଦର ଛକ ନିକଟରେ ଧରା ପଡ଼ିଥିବା ବେଳେ ଅନ୍ୟ ୨ ଜଣ ତ୍ରିନାଥ ନାୟକ ଓ ସୁରେନ୍ଦ୍ର ନାୟକଙ୍କୁ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ  ମହୁଲ ପଦର ଗ୍ରାମରୁ ବାଘଛାଲ ସହ ଗିରଫ କରାଯାଇଛି। ଏହି ରାକେଟର ଚେର କେତେ ଦୂର ଯାଏ ଲମ୍ବିଛି ତାହା ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ବନାଧିକାରୀ ମଗର ଧନଜି ରାଓସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.