IPL 2020 ର କୋ- ସ୍ପନସର ହେଲା VI, ମିଳିଲା ଲାଇଭ ବ୍ରଡକାଷ୍ଟ ସ୍ପନସରସିପ ରାଇଟ

ଟେଲିକମ୍ ଅପରେଟର କମ୍ପାନୀ ଭୋଡାଫୋନ୍-ଆଇଡିଆ (VI) ଆଗାମୀ Dream11 IPL 2020ର କୋ- ସ୍ପନସର ବା ସହ-ପ୍ରଯୋଜକ ହୋଇଛି । 19 ସେପ୍ଟେମ୍ବରରୁ ୟୁଏଇରେ IPL 2020 ଆରମ୍ଭ ହେବାକୁ ଯାଉଛି । ତେବେ କମ୍ପାନୀ ଶନିବାର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି । ଆଇପିଏଲ୍ କ୍ରିକେଟ୍ ଟୁର୍ନାମେଣ୍ଟରେ ଭୋଡାଫୋନ୍ ଏବଂ ଆଇଡିଆ ପୂର୍ବରୁ ଏନଗେଜମେଣ୍ଟ ରହିଥିଲେ କିନ୍ତୁ ଭୋଡାଫୋନ୍ ଆଇଡିଆ ଅଗଷ୍ଟ 2018ରେ ମର୍ଜ ହେବା ପରେ ପ୍ରଥମ ଥର ପାଇଁ ଡ଼ିଲ ସାଇନ କରିଛି । ଏହି କମ୍ପାନୀ ବର୍ତ୍ତମାନ ‘VI’ ବ୍ରାଣ୍ଡ ନାମରେ ଚାଲିଛି ।

‘VI’ କୁ T-20 ପ୍ରିମିୟର ଲିଗର ସିଧା ପ୍ରସାରଣ ପାଇଁ କୋ- ସ୍ପନସରସିପ ରାଇଟ ମିଳିଯାଇଛି । ଡ୍ରିମ୍ 11 ଆଇପିଏଲ୍ 2020 ଚଳିତ ବର୍ଷ ଆବୁଧାବି ୟୁଏଇରେ ଅନୁଷ୍ଠିତ ହେବ । ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଏହା ପ୍ରସାରଣ କରାଯିବ । ସୂଚନା ଅନୁଯାୟୀ ଡ୍ରିମ୍ 11 ଆଇପିଏଲ୍ 2020 ର ପ୍ରାୟୋଜକ 222 କୋଟି ଟଙ୍କା ଜିତିଛନ୍ତି । କାରଣ ଏହାପୂର୍ବରୁ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଯୋଗୁଁ ଭିଭୋ ସ୍ପନସରସିପ ନେଇଥିଲେ ।

ବର୍ତ୍ତମାନ VI ଷ୍ଟାର ସ୍ପୋର୍ଟସ୍ ସହିତ କୋ- ସ୍ପନସର ଡ଼ିଲ ସମ୍ବନ୍ଧୀୟ ଆର୍ଥିକ ତଥ୍ୟ ବିଷୟରେ ଉଲ୍ଲେଖ କରିନାହାଁନ୍ତି । ଏହି ସପ୍ତାହର ସୋମବାର ଦିନ ଭୋଡାଫୋନ୍ ଆଇଡିଆ ଭାରତରେ ଏହାର ନୂତନ ବ୍ରାଣ୍ଡ ଲଞ୍ଚ କରିଛି । ତେବେ ଏହି କମ୍ପାନୀ ବର୍ତ୍ତମାନ VI ନାମରେ ପରିଚିତ ହେବ ବୋଲି ଷୋମବାର ଘୋଷଣା କରିଛି । ଆକଳନ ଅନୁଯାୟୀ ଭାରତରେ ଏହି କମ୍ପାନୀର ପ୍ରାୟ 28 କୋଟି ଗ୍ରାହକ ଅଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.