ଶେଷ ହେଲା ଶ୍ରୀସନ୍ଥଙ୍କ ମ୍ୟାଚ୍‌ ଫିକ୍ସିଂ ଦଣ୍ଡ, ଟ୍ଵିଟ୍‌ କରି ନିଜେ ଦେଲେ ସୂଚନା

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବ୍ୟାନ୍‌ ଆଜି ଶେଷ ହୋଇଛି। ଏବେ ସେ ଭାରତୀୟ ଟିମ୍‌ରେ ଖେଳିବା ଆଶା ପ୍ରକାଶ ପାଇଛି। ଅନ୍ୟପଟେ ତାଙ୍କ ଘରୋଇ ରାଜ୍ୟ କେରଳ ତାଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ସେ ଫିଟ୍‌ନେସ୍‌ର ପ୍ରମାଣ ଦେଇପାରନ୍ତି ତେବେ ତାଙ୍କୁ ନେଇ ବିଚାର କରାଯାଇପାରେ।

ଅନ୍ୟପଟେ ରବିବାର ବ୍ୟାନ୍‌ ଶେଷ ହେବାର ଦୁଇ ଦିନ ପୂର୍ବରୁ ଶୁକ୍ରବାର ଶ୍ରୀସନ୍ଥ ଟ୍ଵିଟ୍‌ କରି କହିଛନ୍ତି ‘ମୁଁ ଏବେ ସମସ୍ତ ଅଭିଯୋଗରୁ ମୁକ୍ତ ଓ ଏବେ ମୋ ପ୍ରିୟ ଖେଳକୁ ପ୍ରତିନିଧିତ୍ୱ କରିପାରିବି। ପ୍ରତ୍ୟେକ ବଲ୍‌ ଉପରେ ନିଜ ସର୍ବଶ୍ରେଷ୍ଠ ଚେଷ୍ଟା କରିପାରିବି, ତେଣିକି ତାହା ଅଭ୍ୟାସ ବି ହେଉନା କାହିଁକି। ମୋ ହାତରେ ଆଉ ମାତ୍ର ୫ରୁ ୭ ବର୍ଷ ସମୟ ଅଛି। ଏଣୁ ଏବେ ଯେଉଁ ଟିମ୍‌ରୁ ବି ଖେଳିବି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି’।

ସୂଚନାଯୋଗ୍ୟ ଯେ ୨୦୧୩ରେ ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂର କଥିତ ଅଭିଯୁକ୍ତ ହେବାରେ ବିସିସିଆଇ ଶ୍ରୀସନ୍ଥଙ୍କୁ ଆଜୀବନ ବ୍ୟାନ୍‌ କରିଦେଇଥିଲା। ମାତ୍ର ଶ୍ରୀସନ୍ଥ ହାର ମାନିନଥିଲେ। ଲମ୍ବା କାନୁନ୍‌ ପ୍ରକ୍ରିୟା ପରେ ସୁପ୍ରିମ୍‌କୋର୍ଟ ବିସିସିଆଇକୁ ତାଙ୍କ ଉପରୁ ଆଜୀବନ ବ୍ୟାନ୍‌ ହଟାଇବା ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.