Below header

ଭୁବନେଶ୍ୱରରୁ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ,୬୦୪ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):ଆଜି ରାଜଧାନୀ ଭୁବନେଶ୍ୱରରୁ  ୩୯୫ ଜଣ କରୋନା ପଜିଟିଭ ଚିହ୍ନଟ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସରକାରୀ କ୍ବାରେଣ୍ଟାଇନରୁ ୧୧୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସରୁ ୨୭୯ ଜଣ ଆକ୍ରାନ୍ତ ହୋଇଛନ୍ତି ।  ୨୪ ଘଣ୍ଟାମଧ୍ୟରେ ୬୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟ୍ବିଟ ଯୋଗେ ସୂଚନା ଦେଇଛି ।

ବିଏମସି ସୂଚନା ଅନୁସାରେ ଆଜି କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ  ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଜି ନୟାପଲ୍ଲୀରୁ ୯ ଜଣ, ୬ ଜଣ ପୁଲିସ କର୍ମଚାରୀ, ୟୁନିଟ-୯ରୁ ୫ ଜଣ, ଭୋଇ ନଗର ଗ୍ରୀଡ଼କୋ କଲୋନି, ନିଳାଦ୍ରୀ ବିହାର, ଡୁମଡୁମାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଅଛନ୍ତି ୟୁନିଟ-୯ରୁ ୧୩ ଜଣ, ନୟାପଲ୍ଲୀରୁ ୧୨ ଜଣ, ୟୁନିଟ-୬ରୁ ୯ଜଣ, ସିଆରପିଏଫ ପରିସରରୁ ୬ ଜଣ, ୬ ଜଣ ପୁଲିସ କର୍ମଚାରୀ, କେଦାରଗୌରୀ ଲେନରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 ଆଜି ଭୁବନେଶ୍ୱରରୁ ମୋଟ ୬୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ନୟପଲ୍ଲୀରୁ ୨୩ ଜଣ, ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୨୧ ଜଣ, ଡୁମଡୁମା ପିଏଚ-୧ରୁ ୧୮ ଜଣ ଅଛନ୍ତି । ସେହିପରି ୟୁନିଟ-୯ରୁ ୧୮ ଜଣ, ପଟିଆ ବିଗବଜାର ଅଂଚଳରୁ ୧୮ ଜଣ, ଝାରପଡ଼ା ଗାଁରୁ ୧୩ ଜଣ, ରିଜର୍ଭ ପୁଲିସରୁ ୯ ଜଣ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଅଂଚଳରୁ ୮ ଜଣ, ୟୁନିଟ-୪ ମାର୍କେଟ ଅଚଂଳରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.