ମୃତ୍ୟୁର ୫ ଦିନ ପୂର୍ବରୁ ଭଉଣୀ ମିତୁଙ୍କୁ SOS କଲ୍‌ କରିଥିଲେ ସୁଶାନ୍ତ, କହିଥିଲେ ‘ମୋତେ ଡର ଲାଗୁଛି, ଏମାନେ ମୋତେ ମାରିଦେବେ’

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍‌ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଆପାର୍ଟମଣ୍ଟେରେ ମୃତ ଅବସ୍ଥାରେ ମିଳିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ, ଇଡି ଏବଂ ଏନସିବି ଭଳି ଏଜେନ୍ସୀ ଯାଞ୍ଚ କରୁଛି। ସେହିପରି ଏହି କେସରେ ଏବେ ଏକ ବଡ ଖୁଲାସା ହୋଇଛି। ଯେଉଁଥିରେ ସୁଶାନ୍ତ ନିଜର ଭଉଣୀ ମିତୁଙ୍କୁ ୯ ଜୁନରେ ଫୋନ ଜରିଆରେ ନିଜକୁ ଭୟ ଲାଗୁଥିବା କଥା ଜଣାଇଥିଲେ। ସୁଶାନ୍ତଙ୍କ କଥାରୁ ଜଣାପଡୁଥିଲା ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି।

ସୁଶାନ୍ତ ନିଜ ମୃତ୍ୟୁର ଠିକ୍‌ ୫ ଦିନ ପୂର୍ବରୁ କରିଥିଲେ କଲ୍‌

meetuଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ରିପୋର୍ଟ ମୁତାବକ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଠିକ ୫ ଦିନ ପୂର୍ବରୁ ନିଜ ଭଉଣୀ ମୁତୁ ସିଂହ ୯ ଜୁନକୁ ଏସଓଏସ କଲ୍‌ କରିଥିଲେ। ସୁଶାନ୍ତ ନିଜ ଭଉଣୀକୁ କହିଥିଲେ ଯେ ‘ଏମାନେ ମୋତେ ଫସାଇପାରନ୍ତି, ମୋତେ ବହୁତ ଡର ଲାଗୁଛି, ମୋତେ ମାରିଦେବେ’। ରିପୋର୍ଟ ଏହା ମଧ୍ୟ ଜଣାଇଛି ଯେ ସୁଶାନ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ, ଯିଏ କି ୮ ଜୁନରେ ସୁଶାନ୍ତଙ୍କ ଘର ଛାଡି ପଳାଇଥିଲେ ଏବଂ ସୁଶାନ୍ତଙ୍କୁ ବ୍ଲକ କରିଦେଇଥିଲେ।

ସୁଶାନ୍ତଙ୍କ ଏହି କଲ୍‌ ଛାଡିଗଲା ଅନେକ ପ୍ରଶ୍ନ

ସୁଶାନ୍ତ ସିଂହ ରାଜପୁତ ନିଜର ଭଉଣୀକୁ କରିଥିବା କଲରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି, ଯେପରିକି କେଉଁମାନଙ୍କୁ ସେ ଡରୁଥିଲେ ଏବଂ କେଉଁ କାରଣ ପାଇଁ ସେ ଫସିଯିବାକୁ ଭୟ କରୁଥିଲେ। କେବଳ ଏତିକି ନୁହେଁ ସୁଶାନ୍ତ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ମଧ୍ୟ ଆଶଙ୍କା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.