ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ପୁଣିଥରେ ଓଟିଭି ଏମଡିଙ୍କୁ ହାଜର ପାଇଁ ସମନ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା। ପୁଣିଥରେ ଓଟିଭି ଏମଡିଙ୍କୁ ହାଜର ପାଇଁ ସମନ ହୋଇଛି । ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ଏହି ସମନ କରାଯାଇଛି । ଆସନ୍ତା ଅକ୍ଟୋବର ୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି ରାଜ୍ୟ ମହିଳା କମିଶନଙ୍କ ପାଖରେ ହାଜର ହୋଇଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ହେଲେ ଶୁଣାଣି ଆରମ୍ଭ ଆଗରୁ ପଳେଇ ଯାଇଥିଲେ ଓଟିଭ ଏମଡି । ଅଧାରେ ଅଟକି ଯାଇଥିଲା ଶୁଣାଣି ପ୍ରକ୍ରିୟା । ଅଭିଯୋଗକାରିଣୀ ପୀଡ଼ିତାଙ୍କ ମାଆଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ ହୋଇଥିଲା । ସେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.