ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ପଠାନିଙ୍କ ମୁହଁରେ କୌଣସି ଦୁଃଖ ନଥିଲା: ସୁଶାନ୍ତଙ୍କ ଭାଇ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ପ୍ରଥମ ଦିନରୁ ହିଁ ସମସ୍ତଙ୍କ ମନରେ ସନ୍ଦେହ ରହିଥିଲା। ଅନେକ ଲୋକଙ୍କ ସନ୍ଦେହ ରହିଛି ଯେ, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଏପରି ସ୍ଥଳେ ମୁମ୍ବାଇ ପୋଲିସ ହାତରୁ କେସ୍‌ ଛଡାଇ ନେଇଛି ସିବିଆଇ।

ଆଜି ସିବିଆଇ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନି ଏବଂ ରୋଷେୟା ନିରଜଙ୍କୁ ଜେରା କରିଛି। ସିଦ୍ଧାର୍ଥ ଉଭୟ ସୁଶାନ୍ତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ବନ୍ଧୁ ଏବଂ ସେ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଫ୍ଲାଟ୍ରେ ରହୁଥିଲେ। ଜୁନ୍ ୧୪ ତାରିଖ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର ସମୟରେ ସିଦ୍ଧାର୍ଥ ଉପସ୍ଥିତ ଥିଲେ ଓ ସେ ହିଁ ମୁମ୍ବାଇ ପୁଲିସକୁ ଏ ସଂପର୍କରେ ପ୍ରଥମେ ଜଣାଇଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ସିବିଆଇ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚି ସୁଶାନ୍ତଙ୍କ ରୋଷେୟା ନିରଜ ଏବଂ ତାଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡରାଙ୍କୁ ବି ଜେରା କରିଥିଲା।

siddharth-pithani-1

ସୁଶାନ୍ତଙ୍କ ଘରେ ସିବିଆଇ ପହଞ୍ଚି ୧୪ ଜୁନ୍‌ର ଡମି ରିକ୍ରିଏଟ କରିବା ପାଇଁ ମଧ୍ୟ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। ସିବିଆଇ ଟିମ୍‌ ସହିତ ଫରେନ୍ସିକ ବିଶେଷଜ୍ଞ ମଧ୍ୟ ପହଞ୍ଚିଛନ୍ତି। ଏହାଛଡା ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ପଠାନିଙ୍କ ଚେହେରାରେ କୌଣସି ଦୁଃଖ ନଥିଲା ବୋଲି ସୁଶାନ୍ତଙ୍କ ଭାଇ କହିଛନ୍ତି। ତାଙ୍କୁ ଥାର୍ଡ ଡିଗ୍ରୀ ଟର୍ଚର କଲେ ସବୁ ସତ ଜଣାପଡିଯିବ ବୋଲି ମଧ୍ୟ ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.