ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲାଙ୍କ ନିଧନ, ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ କଲେ ତ୍ୟାଗ

ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମନୋବାଲା ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମନୋବାଲା ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଲିଭର ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ମୃତ୍ୟୁ ଖବରକୁ ଅଭିନେତା-ନିର୍ଦ୍ଦେଶକ ଜିଏମ କୁମାର ଟ୍ୱିଟରରେ ସେୟାର କରିଛନ୍ତି।

ମନୋବାଲାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନୋବାଲା ପତ୍ନୀ ଉଷା ଏବଂ ପୁଅ ହରିଶଙ୍କ ସହ ରହୁଥିଲେ । ତାଙ୍କକ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ଚେନ୍ନାଇର ସାଲିଗ୍ରାମମର ଏଲଭି ପ୍ରସାଦ ରୋଡ ସ୍ଥିତ ବାସଭବନରେ ରଖାଯିବ ।

ତେବେ ମନୋବାଲାଙ୍କ ନିଧନ ଖବର ପରେ ତାମିଲ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଫ୍ୟାନ୍ସ ଏବଂ ସାଉଥ ସେଲିବ୍ରିଟି ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି ।

ମନୋବାଲା ୧୯୭୯ରେ ପୁଥିଆ ଭରପୁଗଲ ଫିଲ୍ମ ସହ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ୪୫୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ତେବେ ୧୯୮୨ରେ ଫିଲ୍ମ ଅଗୟା ଗଙ୍ଗଇରେ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ସେ ପାଖାପାଖି ୨୫ରୁ ଅଧିକ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି । ଏହାଛଡା ଟିଭି ଶୋକୁ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.